ନବରଙ୍ଗପୁର 19/09/2026: ପବିତ୍ର ରାଧାଷ୍ଟମି ରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମନ୍ଦିର ପ୍ରଗଣାରେ ଅନୁଷ୍ଟିତ ହୋଇଥିଲା ବିଶେଷ ପୂଜା ମହୋତ୍ସବ। ନବରଙ୍ଗପୁର ସହରର ଶତାଧିକ ଭକ୍ତ୍ତଙ୍କ ସମାରୋହରେ ଅନୁଷ୍ଠିତ ହୋଇଥିଲା ପୂଜା ବିଧି ,ହୋମ୍ ଯଜ୍ଞ ଏବଂ ନାମ ସଙ୍କୀର୍ତ୍ତନ।ଏହି ଅବସରରେ କୁମାରୀ ବିଷ୍ଣୁପ୍ରିୟା ପୋଥାଳ କୁ ହିନ୍ଦୀ ଶିକ୍ଷକ ସଞ୍ଜୟ ତୁଳ ସ୍ମୁତି ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା । ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ନବରଙ୍ଗପୁର ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀରେ ହିନ୍ଦୀ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଝିଅଙ୍କୁ ହିନ୍ଦୀ ଶିକ୍ଷକ ସଞ୍ଜୟ ତୁଳ ଙ୍କ ସ୍ମୁତି ଉଦ୍ଦେଶ୍ୟରେ ସମ୍ମାନିତ କରାଯାଉଛି। ଏହି ବର୍ଷ ପିତା ସଞ୍ଜୟ ପୋଥାଳ ମାତା ଲକ୍ଷ୍ମୀପ୍ରିୟା ପୋଥାଳ,ନବରଙ୍ଗପୁର ଇଚ୍ଛାବତୀ ଗୁଡ ଙ୍କ ସୁକନ୍ୟା ପରୀକ୍ଷାରେ ଶତକଡା ୯୧ ରଖି ଉତ୍ତୀର୍ଣ୍ଣ ହୋଇଥିବାର ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଏଥିରେ ମାନପତ୍ର ,ଉପଢୋକନ୍ ସହିତ କିଛି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ତୁଳ ଙ୍କ ପତ୍ନୀ ଆରତୀ ବିଷୟୀ ,ନିରଞ୍ଜନ ମିଶ୍ର, ଡ଼ଃ ସ୍ୱରୂପ କୁମାର ବିଷୟୀ,ମନ୍ଦିର ପରିଚାଳନା କମିଟି ସଭାପତି ଭରତ ପ୍ରଧାନୀ,ସମ୍ପାଦକ ରଘୁନାଥ ପାତ୍ର,ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଜେନାମଣି ବିଷୟୀ ,ପ୍ରବଚକ ଦାଶରଥି ପଟ୍ଟନାୟକ,ବିଶିଷ୍ଟ ନାଟ୍ୟକାର ଜଗନ୍ନାଥ ବେହେରା, ନିରଞ୍ଜନ ସାହୁ,ତ୍ରିବିକ୍ରମ ନନ୍ଦ,ଲକ୍ଷ୍ମୀ ବିଶୋୟୀ, ନିରଞ୍ଜନ ପଣ୍ଡା,ଭବାନୀ ଶଙ୍କର ବିଶୋୟୀ, କୃଷ୍ଣ ଚନ୍ଦ୍ର ଦାସ, ଭାରତୀ ବିଶୋୟୀ,ଦୁର୍ଗା ପ୍ରସାଦ, ନଳିନୀ ସାହୁ, ରଶ୍ମି ଦେବୀ ପାତ୍ର ସହିତ ଅନେକ ସୂବେଛୁ ଯୋଗଦାନ କରିଥିଲେ ।