ନୀଳଗିରି, ୧୮/୦୯: ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ଅର୍ଜୁନ ଆଚାର୍ଯ୍ଯ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ ଦୈଡ କୁଦ ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଯୋଗ ଦେଇ ଉଦଘାଟନ କରିଥିଲେ। ପରେ ଛତ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦୀପକ କୁମାର ଜେନା ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ, ପରିଚୟ ପ୍ରଦାନ କରିଥିଲେ। ସଭାପତି ଚୟନ କରିବା ପରେ ନୀଳଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ଜାମୁଡିହା ଅର୍ଜୁନ ଆଚାର୍ଯ୍ଯ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ନୀଳଗିରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲମ୍ବୋଦର ସିଂ, ଜାମୁଡିହା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ହେମନ୍ତ କୁମାର ମଣ୍ଡଳ, ତେଲିପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜ ସେବୀ ଡକ୍ଟର ନାରାୟଣ ନାଏକ ମଞ୍ଚାସିନ ରହିଥିଲେ।ମୁଖ୍ଯ ଅତିଥି କ୍ରୀଡାର ମହତ୍ତ୍ୱ ଏବଂ ତାର ଆବଶ୍ଯକତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା କ୍ରୀଡା ଛାତ୍ର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଲକ୍ଷ୍ୟ ବିନା ସାଧନା ଅସମ୍ଭବ ବୋଲି କହିଥିଲେ। ପରେ ସି.ଆର.ସି.ସି., ଜଡିବାଲି ତପନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଜାତୀୟ ମାନବାଧିକାର ଆୟୋଗର ବିଶେଷ ପ୍ରତିବେଦକ ଙ୍କ ଜଗତସିଂହପୁର ଜିଲ୍ଲାରେ ମାନବାଧିକାର ସ୍ଥିତି ସମ୍ପର୍କିତ ଆଲୋଚନା
Next Post