ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ବକ୍ସିସାହି ଠାରେ ଗଣେଷପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଗଜପତି କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅନୁଷ୍ଠାନର ଗୁରୁ ନୃସିଂହ ପ୍ରସାଦ ପାଢୀଙ୍କ ସଂଗୀତ ପରିଚାଳନାରେ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏହି କଳାକାରମାନେ ହେଲେ ନିଜେ ଗୁରୁ ନୃସିଂହ ପ୍ରସାଦ ପାଢୀ , ମମତା ପାଢୀ , ମିନତୀବାଳା ମହାପାତ୍ର , ସୁନୀତା କୁମାରୀ ମହାରଣା , ପ୍ରବୀଣା କୁମାରୀ ବେହେରା , ଲୋପାମୁଦ୍ରା ଆଚାର୍ଯ୍ୟ , ଡାକ୍ତର ମୁର୍ମୁ ଓ ରଶ୍ମିତା କୁମାରୀ ଦାଶ ନିଜର ସୁଲଳିତ କଣ୍ଠ ସ୍ୱରରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଏଥିରେ ତବଲାରେ ହରିଶ୍ଚନ୍ଦ୍ର ପାଇକ , ଢୋଲକରେ ବିଜୟ କୁମାର ଲେଙ୍କା ସହଯୋଗ କରିଥିଲେ। ଦୀର୍ଘ ୯ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ଯାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଫେନ୍ସି ଡ୍ରେସ୍ ପ୍ରତିଯୋଗିତା , ଭଜନ ସମାରୋହ , ଭଜନ ନୃତ୍ୟ ,
ଦୀପଦାନ ଇତ୍ୟାଦିର ଆୟୋଜନ ହେଉଛି। ଆସନ୍ତା ୨୧ତାରିଖ ଦିନ ଠାକୁରଙ୍କ ବିସର୍ଜନ କରାଯିବ। ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଣେଷପୂଜା ବୁଲିଆସି ଆୟୋଜକ ମାନଙ୍କୁ ଉତ୍ସାହିତ କରି ସମସ୍ତ ପାରଳାବାସୀ ମଙ୍ଗଳ କାମନା ପାଇଁ ଗଣନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post