ପଦ୍ମପୁର:- ପାଇକମାଳ ବ୍ଲକ ଅର୍ନ୍ତଗତ ବୋଡ଼ାସମ୍ବର ଗ୍ରାମରେ ବୋଡାସମ୍ବର ଗଣେଶ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ତୃତୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୌରଭ ବଳିୟାର ସିଂ, ଓ ସମ୍ମାନିତ ଅତିଥି ଭାବରେ ଯୁବ ବିଜେଡି ସଭାପତି ଗୌତମ ସିଂ, ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ ଓ ଜିଲ୍ଲା ବିଜେଡି ଉପସଭାପତି ଟାଇଲ ଚନ୍ଦ୍ର ଭୋଇ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମସ୍ତ କାର୍ଯ୍ଯକ୍ରମ କୁ ନନ୍ଦଳାଲ ବରିହା,, ସୁରେନ୍ଦ୍ର ସିଂ ବରିହା, ଜିବର୍ଦ୍ଧନ ବରିହା, ଉଦ୍ଧବ ବରିହା, କପୁରଚନ୍ଦ ବରିହା, ସୁଦର୍ଶନ ବନଛୋର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।