ଗଜପତିରେ ‘ଆଶୀର୍ବାଦର ଦୀପ–ସେବା ସଂକଳ୍ପ ଅଭିଯାନ

77

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଜିଲ୍ଲା , ବ୍ଲକ , ଗ୍ରାମ ପଞ୍ଚାୟତ ଓ ଘରେ ଘରେ ଆୟୋଜିତ ହୋଇଛି।
ପାରଳାଖେମୁଣ୍ଡିର ବଡ଼ ରାଧାକାନ୍ତ ମଠ ଓ ରାଧାକୃଷ୍ଣ ମନ୍ଦିର , ଶ୍ୟାମ ବିହାର ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭଗତ ସାମଲ କଲ୍ୟାଣରାଓ , ଜିଲ୍ଲା ସମାଜ ମଙ୍ଗଳ ଶ୍ରୀମତୀ ମୋନରମା ଦେବୀ ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ୍ ବାରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।


ସୁଭଦ୍ରା ହିତାଧିକାରୀ , ଅଙ୍ଗନୱାଡ଼ି ଓ ଆଶା କର୍ମୀ , ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ଲକ୍ଷପତି ଦିଦି ଏବଂ ପଞ୍ଚାୟତ , ବ୍ଲକ ଓ ଜିଲ୍ଲାସ୍ତରୀୟ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ସଫେଇ , ଦୀପ ପ୍ରଜ୍ଜ୍ୱଳନ ଓ ରଙ୍ଗୋଲି ପ୍ରସ୍ତୁତି କରାଯାଇଥିଲା।
ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୪୯ଟି ଗ୍ରାମ ପଞ୍ଚାୟତର ୧୧,୨୪୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୧ ଲକ୍ଷ ୩୫ ହଜାର ସଦସ୍ୟା ବିଭିନ୍ନ ମନ୍ଦିରରେ ମୋଟ ୨ ଲକ୍ଷ ୫ ହଜାର ୩୮୬ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି।

Leave A Reply

Your email address will not be published.