ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

36


ବେଲଗୁଣ୍ଠା,୧୭./୦୯.,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ,ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ ତଥା ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ନିଜର ସକାରାତ୍ମକ ସହଯୋଗ ଓ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିବା ସହ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।
ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଲିଙ୍ଗରାଜ ଜେନା ଓ ଅଭିମନ୍ୟୁ ପଣ୍ଡା ଏବଂ ପୂର୍ବତନ ଛାତ୍ର ପ୍ରହ୍ଲାଦ ଲେଙ୍କା ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ଆୟୋଜନ ସମ୍ପର୍କରେ ନିଜର ମତାମତ ଓ ମୂଲ୍ୟବାନ ପରାମର୍ଶ ରଖିଥିଲେ।
ବୈଠକରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆଗାମୀ ଦିନରେ ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହଯୋଗରେ ଆଗେଇ ନେବା ପାଇଁ ଆଲୋଚନା କରାଯାଇଥିଲା।
ଶେଷରେ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ଗୌଡ଼ ଉପସ୍ଥିତ ସମସ୍ତ ଅତିଥି, ପୂର୍ବତନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.