ବାଲେଶ୍ବର, ସୋର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସୋର ଚଡକମରା ଓଭରବ୍ରିଜ୍ ଉପରେ ଆଜି ଭୋର୍ ପ୍ରାୟ ୩.୪୫ ମିନିଟ୍ ସମୟରେ ପଶ୍ଚିମବଙ୍ଗ ରୁ କଟକ ଅଭିମୁଖେ ଯାଉଥିବା ଏକ ପୋଟଳ ବୋଝେଇ ଟ୍ରକ କୁ ବିପରୀତ ପାର୍ଶ୍ଵ ରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।ଯାହା ଫଳରେ ପରିବା ବୋଝେଇ ଟ୍ରକ୍ ଟି ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଡ୍ରାଇଭର ଙ୍କୁ ୧୦୮ ଆମ୍ବୁଲାନ୍ସ ରେ ସୋର ମେଡିକାଲ କୁ ପଠାଇଥିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ସୋର ଥାନା କୁ ଅଣାଯାଇଥିବା ବେଳେ ସୋର ପୋଲିସ ପକ୍ଷ ରୁ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।