ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

64


ଭୁବନେଶ୍ୱର, ୧୭/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ୍ ଅଫ୍ ଡେଟାଂଲ ସାଇନସେସ୍ (ଆଇଡିଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ଉତ୍ସବ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ।
ଆଇଡିଏସର ୨୦୨୦-୨୦୨୫ ବ୍ୟାଚ୍ର ବ୍ୟାଚଲର ଅଫ୍ ଡେଂଟାଲ ସର୍ଜରୀ (ବିଡିଏସ୍) ଏବଂ ୨୦୨୨-୨୦୨୫ ବ୍ୟାଚ୍ ମାଷ୍ଟର ଅଫ୍ ଡେଂଟାଲ ସର୍ଜରୀ (ଏମଡିଏସ) ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ଡିଗ୍ରୀ କେବଳ ଖଣ୍ଡେ କାଗଜ ନୁହେଁ, ଏହା ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତ୍ତିତା , ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସ୍ନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ରାଙ୍କିଙ୍ଗସର ଦଶମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ୧୫ ତମ ସ୍ଥାନ ହାସଲ କରିଥିବା ବେଳେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ ଏହାର ୯ମ ସ୍ଥାନ ବଜାୟ ରଖିଛି । ଏଭଳି ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ତୁମ୍ଭେମାନେ ସୋଆର ବ୍ରାଣ୍ଡ ଆମ୍ବାସଡର ।


ଏହି ଅବସରରେ ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍ଜିତ ମହାନ୍ତି ଓ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।
ଆଇଡିଏସ୍ ଡିନ୍ ପ୍ରଫେସର(ଡାକ୍ତର) ରୁଚି ଭୂୟାଁ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ଉଚ୍ଚକୋଟୀର ଶିକ୍ଷା ଲାଭ କରିବା ସହିତ ସେମାନେ ଡେଟାଂଲ ସାଇନସେସ୍ରେ ପ୍ରଯୁକ୍ତିବିଦ୍ୟା ଓ ମାନବିକତା ମଧ୍ୟରେ ସନ୍ତୁଳନ ରକ୍ଷା କରି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଉଚିତ୍ । କୃତ୍ରିମ ବୃଦ୍ଧିମତାକୁ ଚିକିତ୍ସା ମାଧ୍ୟମରେ ବ୍ୟବହାର କରି ଭବିଷ୍ୟତରେ କିପରି ଉନ୍ନତ ମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଫେସର (ଡାକ୍ତର) ଭୂୟାଁ ଆହ୍ୱାନ ଦେଇଥିଲେ । ଆଇଡିଏସ୍ ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ଅଭିଜିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.