ଆନ୍ତଃରାଜ୍ୟ ଟୋଙ୍ଗ୍-ଇଲ୍-ମୁ-ଡୁ ଚାମ୍ପିୟନସିପ୍‌ରେ ସୁନ୍ଦରଗଡ଼ ଜିଲ୍ଲା ଦଳଗତ ଚାମ୍ପିୟନ

16

୧୬ ପ୍ରତିଯୋଗୀଙ୍କୁ ମିଳିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ

ରାଉରକେଲା, ୧୭/୦୯ (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଆନ୍ତଃରାଜ୍ୟ ମାର୍ସିଆଲ୍ ଆର୍ଟ ଟୋଙ୍ଗ୍-ଇଲ୍-ମୁ-ଡୁ ଚାମ୍ପିୟନସିପ୍‌ରେ ସୁନ୍ଦରଗଡ଼ ଜିଲ୍ଲା ଟୋଙ୍ଗ୍-ଇଲ୍-ମୁ-ଡୁ ଆସୋସିଏସନ୍ ଦଳଗତ ଚାମ୍ପିୟନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି।
ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୬ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
କେଡେଟ୍ ୫୪ କେଜି ବର୍ଗରେ ରୋହନ୍ କୁମାର ବେଉରା ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିବା ବେଳେ ସମାୟକ ସୀତଲ ପ୍ରଧାନ କେଡେଟ୍ ୪୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସବ୍-ଜୁନିୟର ୩୯ କେଜି ବର୍ଗରେ ସିଦ୍ଧାର୍ଥ କୁମାର ସାହୁ, ୩୬ କେଜି ବର୍ଗରେ ବିଦ୍ୟାଙ୍କା ବେହେରା, ୩୨ କେଜି ବର୍ଗରେ ରୁମାଂସୀ ଶ୍ରୀବାସ୍ତବ, ୩୮ କେଜି ବର୍ଗରେ ଅନମୋଲ୍ ବିଶ୍ୱକର୍ମା, ୨୦ କେଜି ବର୍ଗରେ ଏମ୍‌ଡି ସୁବାନ୍ ଅଲ୍ଲୀ, ୩୪ କେଜି ବର୍ଗରେ ଅନୀମିଶା ଶର୍ମା ଏବଂ ୩୬ କେଜି ବର୍ଗରେ ପ୍ରିନ୍ସ ବିଶ୍ୱକର୍ମା ରୌପ୍ୟ ପଦକ ହାସଲ କରିଛନ୍ତି।
ସେହିପରି ସୁଚେତା ସାହୁ ସବ୍-ଜୁନିୟର ୫୨ କେଜି ବର୍ଗରେ ଏବଂ ସୁଶ୍ରୀ ସୁହାନୀ ସେଠୀ କେଡେଟ୍ ୪୬ କେଜି ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସକ୍ଷମ ତ୍ରିପାଠୀ କେଡେଟ୍ ୫୨ କେଜି ବର୍ଗରେ, ଡୁଲି ସୋରେନ୍ ସବ୍-ଜୁନିୟର ୩୩ କେଜି ବର୍ଗରେ ଏବଂ ସୋନାଲୀ ଗର୍ତିଆ ସବ୍-ଜୁନିୟର ୪୨ କେଜି ବର୍ଗରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଛନ୍ତି।
ଦଳଗତ କରାଟେରେ ମଧ୍ୟ ସଫଳତା
ଦଳଗତ କରାଟେ (ପୁରୁଷ) କେଡେଟ୍ ବର୍ଗର ପୁମସାଇ ପ୍ରତିଯୋଗିତାରେ ରୋହନ୍ କୁମାର ବେଉରା, ସିଦ୍ଧାର୍ଥ କୁମାର ସାହୁ ଓ ସମାୟକ ସୀତଲ ପ୍ରଧାନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଦଳଗତ କରାଟେ (ମହିଳା) ସବ୍-ଜୁନିୟର ବର୍ଗର ପୁମସାଇରେ ବିଦ୍ୟାଙ୍କା ବେହେରା, ସୁଚେତା ସାହୁ ଓ ସୁଶ୍ରୀ ସୁହାନୀ ସେଠୀ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ସେହିପରି ସବ୍-ଜୁନିୟର ମହିଳା ବର୍ଗର ଫ୍ରେସର ପ୍ରତିଯୋଗିତାରେ ରୁମାଂସୀ ଶ୍ରୀବାସ୍ତବ, ଡୁଲି ସୋରେନ୍ ଓ ସୋନାଲୀ ଗର୍ତିଆ ରୌପ୍ୟ ପଦକ ହାସଲ କରିଛନ୍ତି।
ଅନ୍ୟପକ୍ଷରେ, ସବ୍-ଜୁନିୟର କରାଟେ ପ୍ରତିଯୋଗିତାରେ ବିଦ୍ୟାଙ୍କା ବେହେରା ଓ ସିଦ୍ଧାର୍ଥ କୁମାର ସାହୁ ପୁମସେରେ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ଦଳର ଏହି ସଫଳତା ପରେ ଟୋଙ୍ଗ୍-ଇଲ୍-ମୁ-ଡୁ ଆସୋସିଏସନ୍‌ର କର୍ମକର୍ତ୍ତା, ପ୍ରଶିକ୍ଷକ, ପ୍ରତିଯୋଗୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Leave A Reply

Your email address will not be published.