କାକଟପୁର ପ୍ରେସ କ୍ଲବର ସମୀକ୍ଷା ବୈଠକ

8


ବାର୍ଷିକ ଉତ୍ସବର ସଫଳତା ନେଇ ସମୀକ୍ଷା, ଆୟବ୍ୟୟର ହିସାବ ଉପସ୍ଥାପନ


କାକଟପୁର, ତା. ୧୭/୯: କାକଟପୁରର ଅଗ୍ରଣୀ ସାମ୍ବାଦିକ ଅନୁଷ୍ଠାନ କାକଟପୁର ପ୍ରେସ କ୍ଲବର ଏକ ସମୀକ୍ଷା ବୈଠକ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରତି ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ କ୍ଲବର ୨ୟ ବାର୍ଷିକ ଉତ୍ସବର ସଫଳତା, ଆୟୋଜନର ବିଭିନ୍ନ ଦିଗ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ବୈଠକରେ ଗଭୀର ଆଲୋଚନା କରାଯାଇଥିଲା।
ବୈଠକରେ ବାର୍ଷିକ ଉତ୍ସବର ଆୟବ୍ୟୟର ସମ୍ପୂର୍ଣ୍ଣ ହିସାବ ଉପସ୍ଥାପନ କରାଯାଇ ତାହାର ସମୀକ୍ଷା କରାଯାଇଥିଲା। କ୍ଲବର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼, ସ୍ୱଚ୍ଛ ଓ ସୁସଂଗଠିତ କରିବା ସହ ସାମ୍ବାଦିକମାନଙ୍କ ଏକତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବା ଉପରେ ସଦସ୍ୟମାନେ ମତ ରଖିଥିଲେ। ବୈଠକ ପରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭାଇଚାରା ଓ ଆତ୍ମୀୟତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ନୈଶ୍ୟ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।
ବୈଠକ ଆରମ୍ଭରେ ନିକଟରେ ସ୍ୱର୍ଗାରୋହଣ କରିଥିବା ଉତ୍କଳ ସାମ୍ବାଦିକ ସଂଘ, ଗଞ୍ଜାମ ଜିଲ୍ଲାର ଉପସଭାପତି ସ୍ୱର୍ଗତ ଇଂ. କୋକୋ ଦାଶ, ନିମାପଡ଼ା ପ୍ରେସ କ୍ଲବର ପୂର୍ବତନ ସଭାପତି ସ୍ୱର୍ଗତ ରଞ୍ଜନ ପଟ୍ଟନାୟକ (ପୁକା ବାବୁ) ଏବଂ ଅସ୍ତରଙ୍ଗ ନିର୍ଭୟ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ପ୍ରମୋଦ ଦାସଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସମସ୍ତ ସଦସ୍ୟ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାମ୍ବାଦିକ ଜଗତ ପ୍ରତି ସେମାନଙ୍କ ଅବଦାନକୁ ସ୍ମରଣ କରି ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଥିଲେ।
ବୈଠକରେ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ସହ-ସମ୍ପାଦକ ପ୍ରଭାତ କୁମାର ଦୀକ୍ଷିତ, କୋଷାଧକ୍ଷ ଭାଗବତ ସ୍ୱାଇଁ, ସାଂସ୍କୃତିକ ସମ୍ପାଦକ ପ୍ରଭାସ କୁମାର ପୃଷ୍ଟି, ସଂଗଠନ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ଲାଇବ୍ରେରୀ ସମ୍ପାଦକ ମାନସ କୁମାର ଦୀକ୍ଷିତଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ନୃସିଂହ ବେହେରା, ମହମ୍ମଦ ସାମସୁଲ ଆରିଫିନ, ସଞ୍ଜୟ ପତି, ନିରଞ୍ଜନ ଦାସ, ଅକ୍ଷୟ ପ୍ରସାଦ ମହାନ୍ତି, ପ୍ରଶାନ୍ତ ଜେନା, ଲୋକନାଥ ସ୍ୱାଇଁ, ଅଭୟ କୁମାର ପୃଷ୍ଟି, ପ୍ରକାଶ ଦାଶ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମାନସ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ସାମ୍ବାଦିକ ଜ୍ଵିଜବର ଦାସ ଓ ପ୍ରକାଶ ଚନ୍ଦ୍ର ଦାଶଙ୍କୁ କ୍ଲବର ନୂତନ ସଦସ୍ୟ ଭାବେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଥିଲା। ନୂତନ ସଦସ୍ୟଙ୍କ ଯୋଗଦାନରେ କ୍ଲବର ସାଂଗଠନିକ ଶକ୍ତି ବୃଦ୍ଧି ପାଇବା ସହ ସାମ୍ବାଦିକତା କ୍ଷେତ୍ରରେ ଏକତା, ସହଯୋଗ ଓ ସାମାଜିକ ପ୍ରତିବଦ୍ଧତାକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଥିଲେ।

Leave A Reply

Your email address will not be published.