ସୋଆର ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

40


ଭୁବନେଶ୍ୱର, ୧୬/୦୯
: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)କ୍ୟାମ୍ପସ-୧ ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।
ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ-୧ର ୨୦୨୨ -୨୬ ବ୍ୟାଚର ବି ଫାର୍ମା , ୨୦୨୪-୨୬ ବ୍ୟାଚ୍‌ର ଏମ୍‌.ଫାର୍ମା, ୨୦୨୧- ୨୬ ବ୍ୟାଚ୍‌ର ଇନ୍‌ଟିଗ୍ରେଟେଡ ଏମ୍‌ଏସ୍‌ସି ବାୟୋଟେକ୍ନୋଲଜି, ୨୦୨୪-୨୬ ବ୍ୟାଚ୍‌ର ଏମ୍‌ଏସ୍‌ସି ବାୟୋଟେକ୍ନୋଲିର ଛାତ୍ରଛାତ୍ରୀ ଓ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍‌-୧ର ୨୦୨୩ -୨୦୨୫ ବ୍ୟାଚର ଏମ୍‌ଏସ୍‌ସି ନର୍ସିଂ, ୨୦୨୧-୨୫ ବ୍ୟାଚର ବିଏସ୍‌ସି (ନର୍ସିଂ), ୨୦୨୩ -୨୫ ବ୍ୟାଚର ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିବା ଶିକ୍ଷା ଯୋଗୁଁ ସେମାନେ ସ୍ୱାସ୍ଥ୍ୟ ବିଜ୍ଞାନ ସହ ଯୋଡି ହୋଇପାରିଥିବା କହିଥିଲେ । କୋଭିଡ ମହାମାରୀ ସମୟରେ ନର୍ସ, ଫାର୍ମାସିଷ୍ଟ ଓ ପାରାମେଡିକ୍ସଙ୍କର ମହତ୍ କାର୍ଯ୍ୟ ସାରା ବିଶ୍ୱ ଦେଖିଛି । ସେମାନଙ୍କ ଯୋଗୁଁ ହିଁ କୋଟି କୋଟି ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି ବୋଲି କୁଳପତି କହିବା ସହ ଏହି ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ନୀତା ମହାନ୍ତି ଓ ପ୍ରଫେସର ଅନୁପ କୁମାର ସାମନ୍ତରାୟ,ଏସ୍‌ପିଏସ୍‌-୧ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ,ଏସ୍‌ଏନ୍‌ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସ, ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏସ୍‌ଏନ୍‌ସିର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତି ତ୍ରିପାଠୀ, ଏସ୍‌ପିଏସ୍‌-୧ ଓ ଏସ୍‌ଏନ୍‌ସି-୧ର ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର ତଥା ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।
ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.