ଯାଜପୁର ଏକତା ମଞ୍ଚତରଫରୁ ଡ଼ ବି.ଆର.ଆମ୍ବେଦକର ଜୟନ୍ତୀ ପାଳନ

0

ଯାଜପୁର/ ଜୟଶଙ୍କର ଦାଶ : ଯାଜପୁର ଏକତା ମଞ୍ଚର ବରିଷ୍ଠ  ସଦସ୍ୟ ତଥା ଉପଦେଷ୍ଟା ଗୁଣନିଧି ଗୁରୁଙ୍କର ଆବାହକତ୍ୱରେ ବ୍ୟାସନଗର ସ୍ଥିତ ଉତ୍ସବ ପ୍ୟାଲେସ ଠାରେ, ଭାରତ ରତ୍ନ ବାବାସାହେବ ଡ଼.ବି.ଆର.ଆମ୍ବେଦକରଙ୍କର ୧୨୯ତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଉତ୍ସବଟି ଗୟାଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଥିବାବେଳେ ଉପଦେଷ୍ଟା ମନୋଜ ଜେନା ଆୟୋଜକ ତଥା ବିଶେଷ ବକ୍ତା ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ରାଷ୍ଟ୍ରପତି କେ.ଆର.ନରାୟନଙ୍କ  ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ ଉସôବଟିକୁ ଉଦଘାଟନ କରିଥିବାବେଳେ ମୁଖ୍ୟ ବକ୍ତା ଭାବରେ ଓଡିଶା ଦଳିତ ସମାଜର ସଭାପତି ମାନସ ଜେନା, ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ଯାଜପୁର ଲୋକସଭା ସାଂସଦ ଅଞ୍ଚଳ ଦାସ ଯୋଗଦେଇଥିଲେ । ବକ୍ତାମାନେ ଡ଼ ବି.ଆର.ଆମ୍ବେଦ୍କରଙ୍କୁ ଜଣେ ଯୁଗସ୍ରଷ୍ଟା, ଆଇନ. ସମାଜ ସସ୍କାରକ, ତଥା ଭାରତୀୟ ସମ୍ବିଧାନର ପ୍ରଣେତା ହିସାବରେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ମତପୋଷଣ କରିଥିଲେ । ଏହି ସଭାରେ ପଣ୍ଡିତଚାରଣ ଯୁଗଳ ମିଶ୍ର ବେଦ ପାଠ କରିଥିବାବେଳେ,ସମ୍ପାଦକ ଅକ୍ଷୟ ଜେନା ଅତିଥି ପରିଚୟ ଦେଇଥିଲେ । ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା ଦାୟିତ୍ୱ ଗୁଣନିଧି ଗୁରୁ ନେଇଥିବାବେଳେ ବ୍ରଜେଶ୍ୱରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ସଭାରେ ସରୋଜ ସତପଥି, ଯୁଷ୍ମନ୍ତ ନାୟକ,ଶିବ ଚରଣ ମାଝୀ, ପ୍ରଫୁଲ ନାୟକ,ଚନ୍ଦ୍ରମଣୀ ପାତ୍ର, ପ୍ରଫୁଲ ମହାନ୍ତି,ବିକାଶ ଦାଶ, ପ୍ରଣତି ହୋତା,ଜୟନ୍ତୀ ଜେନା,ବୃନ୍ଦାବନ ସାହୁ,ନନ୍ଦ ମହାନ୍ତି, ଗୋକୁଳା ନନ୍ଦ ମହାନ୍ତି ଏବଂ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ପ୍ରତି ବର୍ଷ ଏହି ଉସôବଟିକୁ ଆହୁରି ବଡ କରି ବ୍ୟାପକ ଭାବରେ ପାଳନ କରିବା ପାଇଁ ମତ ରଖିଥିଲେ ।

 

Leave A Reply

Your email address will not be published.