ପାଟକୁରା ଥାନା ସମ୍ମୁଖରେ ରାସ୍ତାରୋକ : ଯୁବତୀଙ୍କୁ ମାତାପିତାଙ୍କ ହସ୍ତାନ୍ତର ଦାବି !

11

କେନ୍ଦ୍ରାପଡା:13/09(ପ୍ରଫୁଲ୍ଲ କୁମାର ମଲ୍ଲ) ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ମୁସଲିମ ଯୁବକ ଅପହରଣ କରି ନେଇଯାଇଥିବା ଅଭିଯୋଗକୁ ନେଇ ପାଟକୁରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଯୁବତୀଙ୍କୁ ପୁଲିସ ଅନ୍ୟ ରାଜ୍ୟରୁ ଉଦ୍ଧାର କରି ପାଟକୁରା ଥାନାରେ ରଖିଥିବା ଜଣାପଡ଼ିଛି। ଉଦ୍ଧାର ଯୁବତୀଙ୍କୁ ତାଙ୍କ ବାପା-ମାଆଙ୍କ ହସ୍ତାନ୍ତର କରିବା ଦାବିରେ ବିଜେପି ପକ୍ଷରୁ ପାଟକୁରା ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଛି।
ବିଜେପି ନେତା ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଅପରାହ୍ନ ପ୍ରାୟ ୪ଟାରୁ ଏହି ରାସ୍ତାରୋକ ଆରମ୍ଭ ହୋଇଥିଲା। ଘଟଣାକୁ ନେଇ ଆନ୍ଦୋଳନକାରୀମାନେ ‘ଲଭ୍ ଜିହାଦ’ ବିରୋଧରେ ପ୍ରତିବାଦ କରିବା ସହ ଯୁବତୀଙ୍କୁ ତୁରନ୍ତ ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ।ପରିସ୍ଥିତିକୁ ନଜରରେ ରଖି ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା ଜାରି ରଖିଛନ୍ତି। ତେବେ ଏହି ଖବର ଲେଖାଯିବା ସମୟ ସୁଦ୍ଧା ରାସ୍ତାରୋକ ହଟିନଥିବା ଜଣାପଡ଼ିଛି।
ଘଟଣାକୁ ନେଇ ପାଟକୁରା ଥାନା ଅଞ୍ଚଳରେ ପରିସ୍ଥିତି ଉପରେ ପୁଲିସ ପକ୍ଷରୁ ନଜର ରଖାଯାଇଛି। ଯୁବତୀଙ୍କ ବୟାନ ଓ ତଦନ୍ତ ପରେ ଘଟଣାର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

Leave A Reply

Your email address will not be published.