ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ 

0

ନୂଆପଡା/ଭାଗିରଥି ଭୋଇ : ନୂଆପଡା ଜିଲ୍ଲା କୋମନା ସଦର ମହକୁମାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୭ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଯାଇଥିଲା । ଶ୍ରୀଯୁକ୍ତ ଗଣେଶ  ଛତ୍ରିଆ ଦୁର୍ଗା ସ୍ତୋତ୍ର ପଠନ କରିଥିଲେ ।  ପରେ ଅନୁଷ୍ଠାନର ସଭାପତି କୃଣ୍ଣଚନ୍ଦ୍ର ମେହେର ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମ୍ପାଦକ ନିଳାମ୍ବର ପାଢୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେେଲେ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ବାଗ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥିଭାବରେ ବୋଡେନ ବ୍ଲକ ଗୋଷ୍ଠୀ  ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ପାଣିଗ୍ରାହୀ, ମୁଖ୍ୟ ଅତିଥି କୋମନା ବ୍ଲକ ଅଧ୍ୟକ୍ଷ  ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଜିତାମିତ୍ର ପ୍ରସାଦ ସିଂ ଦେଓ, ମାତୃକର୍ମି ଶ୍ରୀଯୁକ୍ତ ଭଗବାନ ପାଣିଗ୍ରାହ ପ୍ରମୂଖ ଯୋଗ ଦେଇ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଜୀବନି ବଖାଣିବା ସହ ଛାତ୍ରଛାତ୍ରୀମାନେ ମାଙ୍କ ପଥରେ ପଥିକ ହେବେ ସେନେଇ ଉପଦେଶ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପୁରସ୍କାର  ବିତରଣ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା । ଶ୍ରୀମତି ସସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଏଥିରେ ଅନୁଷ୍ଠାନର ସମସ୍ତ ଅପା ଭାଇ ସହଯୋଗ କରିଥିଲେ । 

 

Leave A Reply

Your email address will not be published.