ବଲାଙ୍ଗୀରରେ ଆରମ୍ଭ ହେଲା ସ୍ୱଦେଶୀ ଶିଳ୍ପ ମହୋତ୍ସବ

74

ଏକ ମାସ ଧରି ଚାଲିବ ପ୍ରଦର୍ଶନୀ ଓ ବିକ୍ରୟ ମେଳା

ବଲାଙ୍ଗୀର: ସୃଷ୍ଟି ହେଲପିଙ୍ଗ ହାଣ୍ଡ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ସହରର ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱଦେଶୀ ଶିଳ୍ପ ମହୋତ୍ସବ। ଏକ ମାସ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା ବିକ୍ରୟ ମେଳାରେ ଦେଶର ବିଭିନ୍ନ ପ୍ରଦେଶରୁ ଆସିଥିବା ହସ୍ତତନ୍ତ, ଖଦୀ, ଗ୍ରାମୋଦ୍ୟୋଗ ଉତ୍ପାଦ ଓ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେଉଛି।

ମହୋତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନୋମିନି ଦିନେଶ ଶର୍ମା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ସ୍ୱଦେଶୀ ହସ୍ତଶିଳ୍ପ ଓ ଖଦୀ ସାମଗ୍ରୀ ପ୍ରତି ଲୋକଙ୍କ ଚାହିଦା ବଢ଼ାଇବା ସହ ଶିଳ୍ପୀ ଓ କାରିଗରମାନଙ୍କୁ ବଜାର ଯୋଗାଇବାରେ ଏଭଳି ମେଳାର ଗୁରୁତ୍ୱ ରହିଛି। ସ୍ଥାନୀୟ ଲୋକଙ୍କୁ ଦେଶର ବିଭିନ୍ନ ଅଞ୍ଚଳର ସ୍ୱଦେଶୀ ଉତ୍ପାଦ ଗୋଟିଏ ସ୍ଥାନରେ କିଣିବାର ସୁଯୋଗ ମିଳିବା ମଧ୍ୟ ଏହି ମେଳାର ଅନ୍ୟତମ ବିଶେଷତ୍ୱ।

ମେଳାରେ ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ, ଖଦୀ, ଗ୍ରାମୋଦ୍ୟୋଗ ସାମଗ୍ରୀ ସହ ବିଭିନ୍ନ ହସ୍ତଶିଳ୍ପ ଦ୍ରବ୍ୟ ଉପଲବ୍ଧ ରହିଛି। ଏସବୁ ସାମଗ୍ରୀ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବା ମେଳାର ପରିଚାଳକ ବେଦ ପ୍ରକାଶ ତିୱାରୀ ଓ ପ୍ରେମରାମ ଦୁବେ ପ୍ରକାଶ କରିଛନ୍ତି।

ସ୍ୱଦେଶୀ ସାମଗ୍ରୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ସହ ଶିଳ୍ପୀ ଓ କାରିଗରଙ୍କ ଉତ୍ପାଦକୁ ବଜାର ଯୋଗାଇବା ଦିଗରେ ଏହି ମହୋତ୍ସବ ଏକ ପ୍ରୟାସ ବୋଲି ଆୟୋଜକମାନେ କହିଛନ୍ତି।

Leave A Reply

Your email address will not be published.