ବାଙ୍କୀ କଲେଜରେ ନାକ୍ ଦଳର ସମୀକ୍ଷା ବୈଠକ 

0

ବାଙ୍କୀ, (ଆଶିଷ କୁମାର ମହାପାତ୍ର)ନାକ୍ ଟିମ୍ ବାଙ୍କୀ କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏ ଉପଲକ୍ଷେ ଦୃଶ୍ୟଶ୍ରାବ୍ୟ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନାକଟିମ୍ ଚେୟାରମ୍ୟାନ୍ ଡ. ଏମ୍.ଏସ୍. ମୁଦ୍ଥାୟା, ସଭ୍ୟ ଓ ସଂଯୋଜକ ପ୍ରଫେସର ନଟପାଟ୍ ସିଂ ଶେଖାୱାତ୍ ଓ ସଭ୍ୟା ଡ. ଅମୁଥା ପାଣ୍ଡିଆନ୍ ଯୋଗ ଦେଇ କଲେଜ ପ୍ରସ୍ତୁତ କରିଥିବା ରିପୋର୍ଟ ଓ ଏହା କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରି ଟିକିନିକି ଆଲୋଚନା କରିଥିଲେ । କଲେଜ ଅଧ୍ୟକ୍ଷ ଡଃ ବାବାଜୀ ଚରଣ ଶତପଥି ଓ ବାଙ୍କୀ କଲେଜର ନାକ୍ ସଂଯୋଜକ ପ୍ରାଧ୍ୟାପିକା ଡ. ନିବାସିନୀ ପଣ୍ଡା ନାକ ଦଳ ସଭ୍ୟମାନଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଅଧିକ ସଂଖ୍ୟାରେ ଅଧ୍ୟାପକମାନେ ରିସର୍ଚ୍ଚ କାର୍ଯ୍ୟରେ ମନୋନିବେଶ କରିବା ଏବଂ ଅଧିକ ବିଭାଗରେ ପି.ଜି. ଶ୍ରେଣୀ ଖୋଲିବା, ସ୍ୱଚ୍ଛ ଭାରତ ଅଭିଯାନରେ କଲେଜକୁ ସାମିଲ୍ କରି ପରିସରକୁ ସରସ ସୁନ୍ଦର କରିବାକୁ ପରାମର୍ଶ ଦେଇଥିଲେ । କଲେଜ ଉପାଧ୍ୟକ୍ଷ ସଦାନନ୍ଦ ବାରିକ, +୨କଲେଜ ଅଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ପ୍ରଶାସନିକ ଅଧିକାରୀ ବିଭାଶ ଦାଶ, ଅଧ୍ୟାପକ ସତ୍ୟଜିତ୍ ଦାଶ, ଅଧ୍ୟାପକ ଶୈଳେନ୍ଦ୍ର ଚନ୍ଦ୍ର ଦେଓଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଓ କର୍ମଚାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନାକ୍ ଦଳ କଲେଜର ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ରମାନଙ୍କର ଏକ ବୈଠକରେ ଯୋଗଦେଇ କଲେଜରେ ଶିକ୍ଷାଦାନର ଉନ୍ନତି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ମନୋଭାବ ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ରାଜ, ସୂର୍ଯ୍ୟନାରାୟଣ ନନ୍ଦ, ପରିଚାଳନା କମିଟି ସଭ୍ୟ ସମରେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ସନାତନ ବେହେରା, ସୌମେନ୍ଦ୍ର ମିଶ୍ର, ସୁବାସ ଚନ୍ଦ୍ର ପାଢ଼ୀ, ପୂର୍ବତନ ଛାତ୍ର ଅବସରପ୍ରାପ୍ତ ଉପଖଣ୍ଡ ଚିକିତ୍ସାଧିକାରୀ ଡା ପଦ୍ମଲୋଚନ ପଣ୍ଡା, ବରିଷ୍ଠ  ଓକିଲ ହରେକୃଷ୍ଣ ଦାଶ, ପୂର୍ବତନ ନଗରପାଳ ଆଡଭୋକେଟ  ସୁବାସ ଚନ୍ଦ୍ର ମିଶ୍ର, ପ୍ରେସ୍ କ୍ଲବ ସଭାପତି ବଳଭଦ୍ର ପଣ୍ଡା, ପୁରାତନ ଛାତ୍ର ସଂସଦ ସମ୍ପାଦକ ଶରତ ଚନ୍ଦ୍ର ବାରିକ, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.