ହାଟକୁ ଯାଇ ଗଛରେ ଝୁଲି ଜୀବନ ହାରିଲେ ପଦ୍ମିନୀ ଓ ମଉନାବତୀ

0

 ୨ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଚଳାଇଛି ତଦନ୍ତ

କୋମନା/(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ସମର ସିଂ ଗାଁ ନିକଟସ୍ଥ ପୁଟକେଲପଡ଼ା ଜଙ୍ଗଲ ରୁ ଦୁଇ ଜଣ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି ।ସୂଚନା ମତେ ଗତ ୧୧ ତାରିଖ ଗୁରୁବାର ଦିନ ଲଖନା ଥାନା ପୁଟକେଲ ପଡ଼ା ଗାଁ ର ପଦ୍ମିନୀ ମାଝୀ( ୨୨ ବର୍ଷ) ଓ ମୌନାବତୀ ମାଝୀ,(୨୨ ବର୍ଷ ) ଗାଁ ନିକଟ କୁରୁମପୁରୀ ସାପ୍ତାହିକ ହାଟକୁ ବାହାରିଥିଲେ  । ହାଟ କୁ ଯାଇ ଆଉ ଘର କୁ ଫେରି ନଥିଲେ  । ପରିବାର ଲୋକେ  ଖୋଜା ଖୋଜି କରିଥିଲେ । କିନ୍ତୁ କୌଣସି ଖବର ନ ପାଇ ବାରୁ ପରିବାର ଲୋକେ ଲଖନା ଥାନା ରେ ଅଭିଯୋଗ କରିଥିଲେ । ଆଜି ଗାଁ ନିକଟ ବଡ଼ ଡ଼ଙ୍ଗର ରେ ୨ ଯୁବତୀ ଏକ ଝୁଲନ୍ତା ଅବସ୍ଥାରେ ମୃତ ଦେହ କୁ କିଛି ଲୋକ ଦେଖିଥିଲେ ଓ ଗାଁ ଲୋକଙ୍କୁ ଜଣାଇଥିଲେ । କଣ ପାଇଁ ଏଭଳି  ଏକ ଅଭାବନିୟ ଘଟଣା ଘଟିଛି ତାହା ସଠିକ ଜଣାପଡିନାହିଁ । ସୂଚନା ପାଇ ଲଖନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.