ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନିକଟରେ ନିପା ନୁଆଦିଲ୍ଲୀ ଦ୍ୱାରା ଜାତୀୟସ୍ତରରେ ସମ୍ମାନିତ ହେଇଥିବା ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ଡ.ସାହୁଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍.ଗିରିଧର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ୍ୱାଇ.କ୍ରିଷ୍ଣାରାଓ , ବିଇଓ ଗୋଷାଣି ଓ ରାୟଗଡ ଟି.କିଶୋର , ଜିଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ପାଢୀ , ବାପୁଜୀପେଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରା ଏବଂ ନାମନଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ଦାଶ ମଞ୍ଚାସୀନ ଥିଲେ।ଅତିଥିମାନେ ଡ.ସାହୁଙ୍କର ଗଜପତିରେ ସ୍ୱଳ୍ପ ସମୟରେ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ।
ସୁପର୍ ୩୦ ଓ ପ୍ରୟାସ ପରି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଦଳଗତ ସହଭାଗିତାରେ ଶିକ୍ଷାର ପୃଷ୍ଠଭୂମିକୁ ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ ରଖିବାରେ ତାଙ୍କର ଅବଦାନ ସ୍ମରଣ କରିଥିଲେ। ତାଙ୍କର ଭୂମିକା ସମ୍ୱନ୍ଧୀୟ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା।ସମ୍ୱର୍ଦ୍ଧନାର ପ୍ରତ୍ୟୁତ୍ତରରେ ଡ.ସାହୁ ଏହି ଉପାନ୍ତ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସେ ନେଇଥିବା ରଣନିତି ସମସ୍ତଙ୍କ ସହଭାଗିତାରେ ଉତ୍କୃଷ୍ଟ ହୋଇପାରିଥିଲା। ଯାହାଫଳରେ ଗତ ଦୁଇ ଶିକ୍ଷାବର୍ଷରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ରଖି ପାରିଥିଲା।ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ସୁପର୍ ୩୦ର ଭିତ୍ତିଭୁମିକୁ ସୁଦୃଢ଼ କରିବାପାଇଁ ଜିଲ୍ଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହିଭଳି ଉଦ୍ୟମଜାରୀ ରଖି ପୁଣି ଆଗାମୀ ଶିକ୍ଷାବର୍ଷରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା , ଗୁମ୍ମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ରବିକୁମାର , ଆୟୋଜିତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ଯ ଜନଶିକ୍ଷା ଓ ନିରନ୍ତର ଶିକ୍ଷା କେନ୍ଦ୍ର , ରାୟଗଡାର ପୂର୍ବତନ ନିର୍ଦ୍ଦେଶକ ଭାଗବତ ପାଢୀ ନିଜର ମତାମତ ଦେଇଥିଲେ। ଶେଷରେ ଆୟୋଜିତ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ନନ୍ଦ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ ସଂଯୋଜନା କରିଥିଲେ। ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଜିଲ୍ଲା ଶିକ୍ଷା ବିଭାଗର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post