MV-79ରେ ସଡ଼କ ସୁରକ୍ଷା ସଚେତନତା ରାଲି

8

ମାଲକାନଗିରି -୦୯/୦୯/୨୬(ସୁରେନ୍ଦ୍ର କୁମାର ବେମାଳ): MV-79: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ଠାରେ MV-79 ପୋଲିସ ଓ MV-79 ସବାରୀ ସରକାରୀ ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ରାଲି ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ରାଲିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ପୋଲିସ କର୍ମଚାରୀମାନେ ସାମିଲ ହୋଇ ବିଭିନ୍ନ ସଚେତନତାମୂଳକ ବ୍ୟାନର ଓ ପ୍ଲାକାର୍ଡ ଧରି ଲୋକଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ସଚେତନ କରିଥିଲେ। ବିଶେଷ କରି ଦୁଇଚକିଆ ଯାନ ଚାଳକ ହେଲମେଟ୍ ପିନ୍ଧିବା, ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବ୍ୟବହାର କରିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ମଦ୍ୟପାନ କରି ଗାଡ଼ି ନଚଳାଇବା ଏବଂ ଧାର୍ଯ୍ୟ ଗତିରେ ଯାତାୟାତ କରିବା ନେଇ ବାର୍ତ୍ତା ଦିଆଯାଇଥିଲା।
ରାଲି ସମୟରେ ପୋଲିସ କର୍ମଚାରୀମାନେ ରାସ୍ତାରେ ଯାତାୟାତ କରୁଥିବା ଚାଳକମାନଙ୍କୁ ଟ୍ରାଫିକ ନିୟମ ମାନି ଚଳାଚଳ କରିବାକୁ ପରାମର୍ଶ ଦେଇଥିଲେ। “ସୁରକ୍ଷିତ ଭାବେ ଗାଡ଼ି ଚଳାନ୍ତୁ, ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସୁରକ୍ଷିତ ରଖନ୍ତୁ” ବୋଲି ସଚେତନତା ସୃଷ୍ଟି କରାଯାଇଥିଲା।
ପୋଲିସ ଓ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ସଡ଼କ ଦୁର୍ଘଟଣା ରୋକିବାରେ ଏଭଳି ପଦକ୍ଷେପ ଲୋକଙ୍କୁ ସଚେତନ କରିବ ବୋଲି ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.