ଶିଶୁପାଳଗଡ଼ରେ ଏକାମ୍ର ବି.ଜେ.ଡ଼ିର ପ୍ରଚାର

0

ଭୁବନେଶ୍ୱର  :  ସମଗ୍ର ରାଜ୍ୟରେ ନିର୍ବାଚନ ପ୍ରଚାର ଉଷ୍ମତା ଦେଖାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ୩ ବିଧାନ ସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଚାର  ପାଇଁ ପ୍ରତିଯୋଗିତା ଚାଲିଛି  । ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଭୋଟ ହାତେଇବାପାଇଁ ବିଭିନ୍ନ ତରିକା ଅବଲମ୍ବନ କରୁଥିବାବେଳେ ଏକାମ୍ର ନିର୍ବାଚନମଣ୍ଡଳୀରେ ବୁଧବାର ଶିଶୁପାଳଗଡ଼ରେ ବାହାରିଥିବା ଶୋଭାଯାତ୍ରାରେ ବି.ଜେ.ଡ଼ି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଶେଭାଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟଠାରୁ ବାହାରି ଗ୍ରାମ ମଧ୍ୟଦେଇ ଗୋକର୍ଣ୍ଣେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା  । ଶୋଭାଯାତ୍ରାରେ ବିଭିନ୍ନ ବାଦ୍ୟ ଆକର୍ଷଣୀୟ ଥିଲା  ।  ଶ୍ରୀ ପଣ୍ଡା ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ୨୯ନଂ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଦୀପ୍ତିମୟୀ ସୁନ୍ଦରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ, ସ୍ଥାନୀୟ ସରପଞ୍ଚ ଈତିଶ୍ରୀ ଚମ୍ପତୀ,  ସୁବାସ ସୁନ୍ଦରାୟ, ସୁଶାନ୍ତ ଚମ୍ପତି, ଅକ୍ଷୟ ବରାଳ, ରବିନ୍ଦ୍ରପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ  । 

Leave A Reply

Your email address will not be published.