ନୃସିଂହନାଥ ରେ ମାଓ ବ୍ୟାନର ଓ ପୋଷ୍ଟର 

0

ବରଗଡ :- ସାଧାରଣ ନିର୍ବାଚନ ଆରମ୍ଭ ହେଇ ଯାଇଛି । ନିର୍ବାଚନ ଗତିବିଧି ସାଙ୍ଗକୁ ମାଓବାଦୀ ମାନଙ୍କ ଗତିବିଧି ମଧ୍ୟ ବଢ଼ିବାରେ ଲାଗିଛି।ଗତ କିଛି ଦିନହେଲା ଛତିଶଗଡ଼ ଓଡ଼ିଶାର ସୀମାବର୍ତୀ ଅଂଚଳରେ ମାଓବାଦୀ ମାନେ ସେମାଙ୍କର ଉପସ୍ଥିତ ଜାହିର କରିଛନ୍ତି। ଗତ ରାତି ରେ ନୃସିଂହନାଥ ମନ୍ଦିର ନିକଟରେ ମାଓବାଦୀ ମାନେ ଲାଲ ବେନର ଲଗାଇବା ସହିତ ରାସ୍ତା ଉପରେ ଅନେକ ଲିଫଲେଟ ପକାଇ ଥିବା ଦେଖା ଯାଇଛି। ମୁଖ୍ୟତଃକେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ବିଭିନ୍ନ ନୀତିକୁ ଜନବିରୋଧୀ , ଓ ପଳାୟନ ସମସ୍ୟା , 35%ଜଳସେଚନ ର ବିଫଳତା , ପିପିଲି ର ବେବିନା ଠୁ ଆରମ୍ଭ କରି କୁନ୍ଦୁଲି ପିଡିତା ର ଦୋଷୀ ମାନଙ୍କୁ ଦଣ୍ଡ ଦିଆଯାଇ ନଥିବା , ଶିଶୁବିକ୍ରି , ନୂଆପଡା ଜିଲ୍ଲାର ଲାଠୋର ଘଟଣାର ଦୋଷୀ କୁ ଦଣ୍ଡ ଦିଆଯିବା , ହୀରାକୁଦ ବିସ୍ଥାପିତ ମାନଙ୍କୁ ଥଇଥାନ ଓ ଉଚିତ କ୍ଷତି ପୂରଣ ଦିଆଯିବା , ହୀରାକୁଦ ଜଳଭଣ୍ଡାର ରୁ 49   ଟି କମ୍ପାନୀ କୁ ପାଣି ଯୋଗାଇ ଦେବା , ବରଗଡ଼ ରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଥିବା , ଦେବରିଗଡ଼ ଅଭୟାରଣ୍ୟ ପୂଜାରିପାଲି ଯୋଜନାପାଇଁ ସେଠାକାର ନିଵାସୀ ମାନଙ୍କୁ ବିସ୍ଥାପିତ କରିବା ଇତ୍ୟାଦି ସାମସ୍ୟା ଉପରେ ମାଓବାଦୀ ମାନେ ପ୍ରଶ୍ନ ଉଠାଇବା ସହିତ ନିର୍ବାଚନ ବର୍ଜନ କରିବା ପାଇଁ ପୋଷ୍ଟର ଓ ବେନର ମାଧ୍ୟମରେ ଜନସାଧାରଣ ଙ୍କୁ ଅପିଲ କରିଛନ୍ତି। 

           ଏହି ବେନର ଓ ପୋଷ୍ଟର ର ଖବର ପାଇବା ପରେ ପୋଲିସ ଭୋରରୁ ଅଂଚଳେ ସର୍ଚ୍ଚ କରି ସମସ୍ତ ବେନର ଓ ପୋଷ୍ଟର କୁ ଜବତ କରିଥିବା ଜଣା ପଡିଛି ।

Leave A Reply

Your email address will not be published.