ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ବିଭାଗ AEE !

8

୩.୧୫ ଲକ୍ଷ ଟଙ୍କା ନଗଦ ଜବତ, ଅଫିସ୍ ଓ ବାସଭବନରେ ଚଢ଼ାଉ

କେନ୍ଦ୍ରାପଡ଼ା:୦୫ା୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) ଠିକାଦାରମାନଙ୍କ ବକେୟା ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶ୍ରୀମତୀ ଅନୁପମା ସାହୁଙ୍କୁ ଅଟକାଇ ଯାଞ୍ଚ କରାଯାଇଛି। ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଶ୍ରୀମତୀ ସାହୁ ଆଜି ନିଜ କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ନୟନବିହାରସ୍ଥିତ ବାସଭବନକୁ ଅଫିସ୍ ଗାଡ଼ି ଯୋଗେ ଯାଉଥିଲେ। ଏହି ସମୟରେ ମାର୍ଶାଘାଇ ଛକ ନିକଟ NH-53Aରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଅଫିସ୍ ଗାଡ଼ି ନମ୍ବର OD-29-S-6644ରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା।ଏହି ଟଙ୍କା ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ପକ୍ଷରୁ ନଗଦ ଟଙ୍କା ସହ ଅଫିସ୍ ଗାଡ଼ିକୁ ଜବତ କରାଯାଇଛି। ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଦିଗରୁ ତଦନ୍ତ ଆରମ୍ଭ ହୋଇଛି।ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ନୟନବିହାରସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଛି। ଜବତ ନଗଦ ଟଙ୍କାର ପ୍ରକୃତ ସମ୍ପର୍କରେ ଅଧିକ ତଦନ୍ତ ଓ ପଚରାଉଚରା ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.