ଉପଲଡ଼ା ଶ୍ରୀ ରାଧାକାନ୍ତ ମଠ ରେ ଜନ୍ମାଷ୍ଟମୀ ପାଳିତ

10

ପାରଳାଖେମୁଣ୍ଡି / ପବିତ୍ର ଜନ୍ମାଷ୍ଟମୀ ଉପଲଡ଼ା ଶ୍ରୀ ରାଧାକାନ୍ତ ମଠ ରେ ମହାସମାରୋହରେ ପାଳିତ ହୋଇଯାଇଛି। ବାଘଶାଳା ମଠର ମହନ୍ତ ଗୋପାଳ କୃଷ୍ଣ ଦାସ ମହାରାଜା ଙ୍କ ତତ୍ତ୍ଵାବଧାନରେ ଉପଲଡ଼ା ସଂକୀର୍ତ୍ତନ ମଣ୍ଡଳୀ ର ଗୁରୁ ତ୍ରୀନାଥ ପଣ୍ଡା ଓ ଖୁରିଙ୍ଗା ସୀତାପୁରର ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ବ୍ରହ୍ମଜ୍ଞାନି ଗୌଡ଼ ସହ ମିଳିତ ଭାବରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଗ୍ରାମ ରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ସଂକୀର୍ତ୍ତନ ସହ ମଠରେ ଶ୍ରୀକୃଷ୍ଣ ଜନ୍ମର ବିଧି ବିଧାନ ସମାପନ ହୋଇଥିଲା। ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ସେବା ନିବୃତ୍ତ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ପଢିଆରୀ ଙ୍କ ପରିଚାଳନା ସହ ସରୋଜ କାନ୍ତ ପଢିଆରୀ , କମଳାକାନ୍ତ ମହାନ୍ତି , ରଘୁନାଥ ବେହେରା , ପ୍ରଦୀପ କୁମାର ତିଆଡି , ସୁଧା ସାଗର ପଢିଆରୀ , ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ଅରୁଣ କୁମାର ପାଠୀ , ଡିଲେଶ୍ଵର ପଣ୍ଡା , ଡିଲେଶ୍ଵର ମହାନ୍ତି , ତ୍ରୀନାଥ ଲେଙ୍କା , ଏଲ୍.ଗଣେଶ ପ୍ରମୁଖ ଅତି ଶାନ୍ତି ଶୃଙ୍ଖଳା ର ସହ କାର୍ଯ୍ୟ ସମ୍ପାଦନ କରିଥିଲେ।

Leave A Reply

Your email address will not be published.