ସରକାରୀ ଯୋଜନାର ପ୍ରଚାର-ପ୍ରସାର ଓ ସାମାଜିକ ଗଣମାଧ୍ୟମର ସୁବିନିଯୋଗ ଉପରେ ଗୁରୁତ୍ୱ ।
କେନ୍ଦ୍ରାପଡ଼ା:05/09(ପ୍ରଫୁଲ୍ଲ କୁମାର ମଲ୍ଲ) ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଶ୍ରୀ ଆଶୁତୋଷ ପାଇକରାୟ ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ।ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ସାମାଜିକ ଗଣମାଧ୍ୟମର ସୁବିନିଯୋଗ ମାଧ୍ୟମରେ ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନହିତକର ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ପରିଦର୍ଶନ ସମୟରେ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟର ବିଭିନ୍ନ ରେଜିଷ୍ଟର, ଫାଇଲ ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷା କରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଠିକ୍ ଓ ପ୍ରଭାବଶାଳୀ ପ୍ରଚାର-ପ୍ରସାର ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବରିଷ୍ଠ ରାଜସ୍ୱ ସହାୟକ ଦିବ୍ୟରଞ୍ଜନ ବେହେରା,କ୍ଲର୍କ-କମ୍-ଲାବ୍ରେରିଆନ ହରପ୍ରିୟା ସାହୁ, କନିଷ୍ଠ ରାଜସ୍ୱ ସହାୟକ ମଦନ ହାଁସଦାଙ୍କ ସମେତ ରଞ୍ଜନ କୁମାର ସାହୁ ଓ ଶେଖ ନୁର ଇସଲାମ ଉପସ୍ଥିତ ଥିଲେ।