ବେଲଗୁଣ୍ଠା, ୦୫/୦୯,-(ଶିବରାମ ଚୌଧୁରୀ )-ଆଜି ସମଗ୍ର ଭାରତବର୍ଷରେ ଉତ୍ସାହର ସହିତ ପାଳିତ ହୋଇଯାଇଛି ଗୁରୁ ଦିବସ। ଗୁରୁ ପୂଜନ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ I ବିଧାୟକ ଶ୍ରୀ ବିଷୋୟୀଙ୍କ ପ୍ରଚେଷ୍ଟାରେ ଗାଙ୍ଗପୁରରେ ଥିବା ଶରତଚ଼ନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜନ ଉତ୍ସବ I ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉଦ୍ଘାଟକ ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଗୁରୁ ପୂଜନ କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ର ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।ଭଲ ଛାତ୍ର ଗଠନ ହେଲେ ଭଲ ରାଷ୍ଟ୍ର ଗଠନ ସମ୍ଭବ।ଜଣେ ଗୁରୁ ଚାହିଁଲେ ହିଁ କଳୁଷିତ ସମାଜରେ ପୂର୍ଣ୍ଣଛେଦ ପଡିବ। ଶିକ୍ଷକ ମାନ ଚାହିଁଲେ ହିଁ ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ରୋକି ପାରିବେ। ଏଥିପାଇଁ କୁନି କୁନି ପିଲାଙ୍କୁ ନୈତିକ ଶିକ୍ଷା ଦେବା ସହିତ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ବିଷୋୟୀ।ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ ହରି ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀପ୍ରଜ୍ଞା ପ୍ରିୟଦର୍ଶନୀ ବାରିକ ,ସୋରଡ଼ା ତହସିଲଦାର ଗୋପାଳକୃଷ୍ଣ ରାଉତରାଏ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ସୋରଡ଼ା ଜିଲ୍ଲା ପରିଷଦ ସଭ୍ୟ ସମେରେନ୍ଦ୍ର କୁମାର ସାହୁ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ, ପିତାମ୍ବର ନାୟକ, ଶୁଶିଳା ପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବହୁ ମନ୍ୟଗନ୍ୟ ବିକ୍ତି ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ରୁ ୧୫୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନ ପତ୍ର ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁଷ୍ପ ଚନ୍ଦନ, ଏବଂ ଗୁରୁ ବାର୍ତ୍ତା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଯୁବ ସ୍ଵେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.