ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

8

ଭବାନୀପାଟଣା ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୦୪/୦୯/୨୦୨୬ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ଓ ରାଧା ବେଶରେ ସଜେଇ ହୋଇ ଆସି ସମସ୍ତଙ୍କ ମନ ମୋହିଥିଲେ। ଶ୍ରୀକୃଷ୍ଣ ହେଉଛନ୍ତି ହିନ୍ଦୁ ଧର୍ମର ଜଣେ ପ୍ରମୁଖ ଆରାଧ୍ୟ ଦେବତା। ସେ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଭାବରେ ପୂଜା ପାଆନ୍ତି। ଦ୍ୱାପର ଯୁଗରେ ଦୁଷ୍ଟମାନଙ୍କର ବିନାଶ ଏବଂ ସଂସାରରେ ଧର୍ମର ରକ୍ଷା ପାଇଁ ସେ ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରିଥିଲେ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏଥି ସହିତ ସମାଜସେବୀ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।

Leave A Reply

Your email address will not be published.