ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ପାପି ରାକ୍ଷସ ମାନଙ୍କୁ ବିନାଶ କରିବାପାଇଁ ଧରାପୃଷ୍ଠରେ ଜନ୍ମ ନେଇଥିଲେ। ଏନେଇ ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳନ କରନ୍ତି ନନ୍ଦଲାଲାଙ୍କ ଜନ୍ମୋତ୍ସବ।
ଏହି ଅବସରରେ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ଟାଉନ୍ ହଲ୍ ଠାରେ ମଧ୍ୟ, ସୁବୁଦ୍ଧି ସାହି ଭଞ୍ଜନଗର ଥିବା ଇସ୍କନ ସଂସ୍ଥା ପକ୍ଷରୁ ମହା ଆଡମ୍ବରରେ ଆକର୍ଷଣୀୟ ଭବ୍ୟ ଆୟୋଜନ କରାଯାଇଥିଲା। ଏଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଅବସରରେ ସଂଧ୍ୟା ସମୟରେ ମହାପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ସମସ୍ତ ବିଧିବିଧାନ ନିତି କାନ୍ତି ନିୟମ ଅନୁସାରେ ଆରମ୍ଭ ହୋଇଥିଲା।
ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ନରନାରୀ ଙ୍କ ଭକ୍ତିମୟ ପରିବେଶରେ ପ୍ରଭୁଙ୍କ ଆବାହନ କରାଯିବ ଏକ ଆଧ୍ୟାତ୍ମିକ ସ୍ୱର୍ଗୀୟ ଅନୁଭୂତି ହୃଦୟଙ୍ଗମ ହେଉଥିଲା। ଏଠାରେ ସମସ୍ତ ଙ୍କ ଆରାଧ୍ୟ ଦେବଙ୍କ ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କ ବାଲ୍ୟ ବା ଜନ୍ମ ନୀତି କାନ୍ତି ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ହରେ କୃଷ୍ଣ ମହାମନ୍ତ୍ର ଓ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଉଠୁଥିଲା। ଏ-ନେଇ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଭଞ୍ଜନଗର ସହର। ତତ୍ ସହିତ ଏଥିରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାଙ୍କ ଧର୍ମପତ୍ନୀ ଏହି ଭବ୍ୟ ଆକର୍ଷଣୀୟ ଆଡମ୍ବର କାର୍ଯ୍ୟକ୍ରମ ରେ ଯୋଗଦାନ କରି, କୃଷ୍ଣ ମହାପ୍ରଭୁ ଙ୍କ ପ୍ରତିମା କୁ ପଞ୍ଚାମୃତ ରେ ଅଭିଷେକ ମଧ୍ୟ କରିଥିଲେ। ତତ୍ ସହିତ ଛୋଟ ଛୋଟ କିଶୋର କିଶୋରୀମାନଙ୍କ ରାଧା କୃଷ୍ଣ ବେଶ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ମଧ୍ୟ ଅନୁଷ୍ଠିତ ହୋଇ ଜନସାଧାରଣ ଙ୍କୁ ଆକର୍ଷିତ କରିପାରିଥିଲା ଏବଂ ଏଥିରେ ଏହି ଇସ୍କନ୍ ଭଞ୍ଜନଗର ର ସମସ୍ତ ସଦସ୍ୟ ବିଭିନ୍ନ ଭାବରେ ସହଯୋଗ କରିବା ସହିତ ହଜାର ହଜାର ଭକ୍ତ ମାନେ ଅନ୍ନପ୍ରସାଦ ଗ୍ରହଣ କରି ଅତ୍ୟନ୍ତ ଖୁସି ହୋଇଥିଲେ। ଯେଉଁ ମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓଷା ପାଳନ କରିଥିଲେ, ସେହି ଭକ୍ତମାନେ ସମସ୍ତ କାର୍ଯ୍ୟକ୍ରମ ସମାପନ ପରେ ପ୍ରଥମେ ତୁଳସୀ ଜଳ ଗ୍ରହଣ ପରେ ପୁଜା ହୋଇଥିବା ଫଳ ମୂଳ ପଣା ପାଣି ସେବନ କରି ଘରକୁ ଫେରି ଥିଲେ।
Sign in
Sign in
Recover your password.
A password will be e-mailed to you.