ପଦ୍ମପୁର/ଶିବାଶିଷ ପଟ୍ଟନାୟକ : – ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପରିସରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ବିଭାଗର ଭାଇ-ଭଉଣୀମାନଙ୍କୁ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଉତ୍ସବ ଅବସରରେ ଶିଶୁ ବାଟିକା ବିଭାଗର ଭାଇ-ଭଉଣୀମାନେ ରାଧା ଓ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଯୋଗଦେଇଥିଲେ। ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପୂଜକ ଭାବେ ମୁଦିରଥ ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ସଭାପତି ଶ୍ରୀ ପୃଥ୍ବୀରାଜ ସାହୁ ପୂଜାରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦର ସଭାପତି ଡ଼ଃ. ବାଞ୍ଛାନିଧି ପଣ୍ଡା, ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚୈତନ୍ୟ ଭୋଇ, ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ, ମାତୃଭାରତୀର ସମସ୍ତ ସଦସ୍ୟା ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ। ଶ୍ରୀକୃଷ୍ଣଙ୍କ ପୂଜା ପରେ ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କର ପୂଜନ କରାଯାଇଥିଲା। ଶ୍ରୀକୃଷ୍ଣଙ୍କ ଭଜନ ଓ ଧୂନ ର ତାଳେ ତାଳେ ଦୋଳି ଝୁଲଣ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ପଟୋ ବଣ୍ଟନ କରାଯାଇଥିଲା।ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ। ବସୁଦେବ ଶ୍ରୀକୃଷ୍ଣଙ୍କୁ ମୁଣ୍ଡରେ ବୋହି ନେବାର ଦୃଶ୍ୟ ପରେ ନନ୍ଦବାଳକ ଓ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦଧିହାଣ୍ଡି ଭଙ୍ଗା ଯାଇଥିଲା। ଏହି ଦୃଶ୍ୟ ଉପସ୍ଥିତ ଶିଶୁ ଓ ଅଭିଭାବକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଉତ୍ସବରେ ୨୦୦ରୁ ଅଧିକ ରାଧାକୃଷ୍ଣ ବେଶଧାରୀ ଶିଶୁ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.