ଫେରିଲେ ରଥ ଦାସ, ଉଠିଲା ବହିଷ୍କାର ଆଦେଶ

0 1

ଭୁବନେଶ୍ୱର :  ପୁଣି ବିଜୁ ଜନତା ଦଳର ମୁଖ୍ୟସ୍ରୋତକୁ ଫେରିଛନ୍ତି ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ରଥ ଦାସ । ତାଙ୍କ ଉପରେ ଲାଗିଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ବିଷୟରେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଦଳର ସମ୍ପାଦକ ବିଜୟ ନାୟକ।  ଜଣେ ଟାଣୁଆ ନେତା ଭାବେ ପରିଚିତ ତଥା ଦଳର ପୂର୍ବତନ ଯୁବ ସଭାପତି ଶ୍ରୀ ଦାସଙ୍କ ଲେଉଟାଣି ଦଳ ପାଇଁ ବେଶ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

Leave A Reply

Your email address will not be published.