,
ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ସମନ୍ୱିତ କୃଷି ପଦ୍ଧତି ଉପରେ ଏକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଣ୍ଠପୁର ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଶିବିରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ନିୟମିତ କୃଷି ଉତ୍ପାଦନ ବୃଦ୍ଧି କରି କିପରି ଆର୍ଥିକ ଅଭିବୃଦ୍ଧି ହାସଲ କରାଯାଇପାରିବ, ସେ ସମ୍ପର୍କରେ ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ସହକାରୀ କୃଷି ଅଧିକାରୀ ଅରୂପାନନ୍ଦ ସ୍ୱାଇଁ ଓ କୃଷି ବୈଷୟିକ ପରିଚାଳକ ଶରତ ଚନ୍ଦ୍ର ଚୌଧୁରୀ ତାଲିମ ପ୍ରଦାନ କରିଥିଲେ। ସେହିପରି ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ ସମେତ ବିଭିନ୍ନ ପ୍ରାଣୀ ଓ ପକ୍ଷୀ ପାଳନ ସମ୍ପର୍କରେ ଓଡ଼ଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ ତାଲିମ ପ୍ରଦାନ କରିଥିଲେ। କୃଷିକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏହି ତାଲିମ ଶିବିର ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post