ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗୁଆପାଳ, ଅମରଗଡ଼ିଆ, ଝିଙ୍କିରିଆ ଓ କେନ୍ଦୁଭଦଳୀ ଗ୍ରାମରେ ଚଢ଼ାଉ କରାଯାଇ ୯୫ ଲିଟର ଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯିବା ସହିତ ଗୁଆପାଳ ଗ୍ରାମର ବସନ୍ତ ବିଶ୍ୱାଳ, ଲୁଣୀପଦା ଗ୍ରାମର ରାଜେନ୍ଦ୍ର ଚୌଧୁରୀ ଓ ଅମରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦ ଓ ସ୍କୁଟି ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।