ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ଜିଲ୍ଲାପାଳ, ମାଲକାନଗିରିଙ୍କ ଆଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଚିଠି ସଂଖ୍ୟା ୫୩୪୮ ତା ୩୧-୮-୨୦୨୬ ମାଧ୍ୟମରେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ତଥା ପ୍ରାଥମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ ଗଣଙ୍କୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହି ଉପକ୍ରମରେ ବିଭିନ୍ନ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ଶପଥ ପାଠ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାରର ଗୁରୁତ୍ୱ ଉପରେ ଆଲୋଚନା, ଟ୍ରାଫିକ୍ ନିୟମ – “ଧୀରେ ଚଲାଅ, ସୁରକ୍ଷିତ ରୁହ” ର ପ୍ରଦର୍ଶନ ଓ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା।
ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, “ସଡ଼କ ସୁରକ୍ଷା ହେଉଛି ଜୀବନ ରକ୍ଷା। ପିଲାମାନେ ହିଁ ଆମର ଭବିଷ୍ୟତ, ସେମାନେ ସଚେତନ ହେଲେ ପରିବାର ଓ ସମାଜ ସଚେତନ ହେବ।”
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ସଚେତନ କରୁ ଅଛନ୍ତି।