ବିଟିଏମ୍ ଅଞ୍ଚଳରେ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା: ଏଲଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

5

ଝାରସୁଗୁଡ଼ା, ୧ ସେପ୍ଟେମ୍ବର: ଝାରସୁଗୁଡ଼ା ପୌରପରିଷଦର ୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଟିଏମ୍ ଓଲ୍ଡ କଲୋନୀ ଓ ବିଟିଏମ୍ ଶ୍ମଶାନଘାଟ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏଲଇଡି ଲାଇଟ୍ ସ୍ଥାପନ କାର୍ଯ୍ୟକ୍ରମର ମଙ୍ଗଳବାର ଶୁଭାରମ୍ଭ ହୋଇଛି।

ପୌରପରିଷଦ ଅଧ୍ୟକ୍ଷା ରାନୀ ହାତୀ ଏବଂ ୭ ନମ୍ବର ୱାର୍ଡର କାଉନସିଲର ସୁଷମା ବରାଡ ମିଳିତ ଭାବେ ପ୍ରକଳ୍ପର ଉଦ୍ଘାଟନ କରିଥିଲେ।

ଏହି ଆଲୋକୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ରାତ୍ରି ସମୟରେ ଯାତାୟାତ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ବିଶେଷକରି ଶ୍ମଶାନଘାଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକ ବ୍ୟବସ୍ଥା ହେବା ଫଳରେ ଆଖପାଖ ଅଞ୍ଚଳର ଲୋକମାନେ ବହୁ ଉପକୃତ ହେବେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରବି ସିଂ, ଚିରଞ୍ଜିବୀ ପତି, ପ୍ରମୋଦ ମାଲିକ, ବିଜୟ ଦାସ, ଜାପୁନ୍ ପତି, କୈଳାସ ସ୍ୱାଇଁ, କୁନୁ ସ୍ୱାଇଁ, ଅକ୍ଷୟ ମୁଦୁଲି, ନିତ୍ୟାନନ୍ଦ ସାହାନୀ, ବବ୍ଲୁ ସାହୁ, ପ୍ରଦ୍ୟୁମ୍ନ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

Leave A Reply

Your email address will not be published.