କେନ୍ଦୁଝର,ତା୧/୯- କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ଶ୍ରୀ ସଂଜୀବ ବାରିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ କାର୍ଯ୍ୟରତ ଅଛନ୍ତି।
ଜଣେ ଦକ୍ଷ, ଅଭିଜ୍ଞ ଓ ଲୋକପ୍ରିୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ବିଶେଷ ପରିଚୟ ରହିଛି। ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।
ଏହାପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ପିଆରଓ ଭାବେ କାର୍ଯ୍ୟ କରି ସେ ନିଜର ଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଯୋଗାଯୋଗ ଦକ୍ଷତା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇବା ପରେ ଶ୍ରୀ ସଂଜୀବ ବାରିକଙ୍କୁ କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦୁଝର ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସାର୍ଥକ ରାୟ, ଆନନ୍ଦପୁର ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଦୀପାଳି ପ୍ରିୟଦର୍ଶିନୀ ନାୟକ ଏବଂ କେନ୍ଦୁଝର ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ଶ୍ରୀ ବାରିକଙ୍କୁ ତାଙ୍କର ଏହି ପଦୋନ୍ନତି ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟଜୀବନ କାମନା କରିଛନ୍ତି।
ଶ୍ରୀ ବାରିକଙ୍କ ଏହି ପଦୋନ୍ନତିରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହଲରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.