ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

12

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି , ସାଂସଦ ପ୍ରତିନିଧି ଆଦର୍ଶ ଦାସ , ଅଧ୍ୟକ୍ଷ , ସ୍ଵତନ୍ତ୍ର ଉନ୍ନୟନ ପରିଷଦ , ଗଜପତି , କାମଦେବ ବଡନାୟକ , ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୂର୍ମୁ , ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ଙ୍କ ସମେତ ସମସ୍ତ କାଉନସିଲର ମଞ୍ଚାସୀନ ଥିଲେ।
ଏହି ଅବସରରେ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ପାରଳା ପୌରପରିଷଦର ଲୋଗ ଉନ୍ମୋଚନ ହୋଇଥିଲା।

ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ଙ୍କ ଦ୍ବାରା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ପରେ ପାରଳାର ଅଗ୍ରଣୀ ସାଂସ୍କୃତିକ ପଦାମୃତ ନୃତ୍ୟାୟନ , ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , କ୍ରିଏଟିଭ୍ ଆର୍ଟସ୍ , ମିରାକେଲ୍ ଡେନ୍ସ ଷ୍ଟୁଡ଼ିଓ , ଟିମ୍ ନୃତ୍ୟ , , ବନ୍ଦେମାତାମ୍ , ଭିନିଶା କୁଚୂପୁଡ଼ି , ଏ ଜେ ଡେନ୍ସ , ନଟରାଜ୍ ଡେନ୍ସ ର କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ଅମୂଲ୍ୟ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ପୌର ପରିଷଦର ଘନଶ୍ୟାମ ବେହେରା , ଇନ୍ଦିରା ଗୌଡ , ସ୍ଵଚ୍ଛାସାଥି ଏବଂ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।

Leave A Reply

Your email address will not be published.