ସରେଇକେଲା ବୁଢ଼ୀ ମାଁ ମନ୍ଦିର ନିକଟ ସଡ଼କ ପାଲଟିଛି ‘ମୃତ୍ୟୁଯନ୍ତା’:

143

୨୪ ଘଣ୍ଟାରେ ୨ୟ ବାଇକ୍ ଦୁର୍ଘଟଣା, ପୁଣି ଗଲା ଜଣଙ୍କ ଜୀବନ

ଝାରବନ୍ଧ – ମନୋହର ଦାଶ: -ଛତିଶଗଡ଼ ମୁଖ୍ୟ ରାସ୍ତାର ସରେଇକେଲା ସ୍ଥିତ ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ। ଗତକାଲି ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଆଜି ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଆଜି ଗୋଟିଏ ବାଇକ୍ ଛତିଶଗଡ଼ ପଟୁ ଆସୁଥିବା ବେଳେ ଅନ୍ୟ ବାଇକ୍‌ଟି ପଦମ୍‌ପୁର ଆଡ଼ୁ ବିପରୀତ ଦିଗରୁ ଆସୁଥିଲା। ବୁଢ଼ୀ ମାଁ ମନ୍ଦିର ନିକଟରେ ଦୁଇଟିଯାକ ବାଇକ୍‌ ମଧ୍ୟରେ ଅତି ତୀବ୍ର ବେଗରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟକ୍କର ଏତେ ଭୟଙ୍କର ଥିଲା ଯେ ଦୁଇ ବାଇକ୍ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ମଧ୍ୟ ଠିକ୍ ଏହି ସ୍ଥାନରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ଲଗାତାର ଦୁଇଟି ମୁହାଁମୁହିଁ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ସ୍ପିଡ୍ ବ୍ରେକର୍ କିମ୍ବା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave A Reply

Your email address will not be published.