ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ
ବିଜେଡିର ଆହ୍ୱାନ

9

“ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ରେ ଲୋକଙ୍କୁ ଶ୍ରୀ ସାମଲ ବୁଝାଇବା ଦରକାର ଯେ, ନୂତନ ଭାବେ ଯେଉଁ ଆଇନ ଲାଗୁ କରାଗଲା, ତାହା ଦ୍ୱାରା ଓଡ଼ିଶାର ଲାଭ କେମିତି ହେବ”


ଭୁବନେଶ୍ୱର, ୩୦/୦୮/୨୦୨୬: ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା କଳା ଆଇନ ଏମଏମଡିଆର ଆକ୍ଟ-୨୦୨୬କୁ ସମର୍ଥନ ଜଣାଇ ସଂସଦରେ ହାତ ଟେକିଥିଲେ । ତାଙ୍କର ଦାୟିତ୍ୱ ସେ ଓଡ଼ିଶାବାସୀଙ୍କୁ ବୁଝାଇବେ ଯେ, ଏହି କଳା ଆଇନକୁ ସେ କେଉଁଥିପାଇଁ ସମର୍ଥନ କଲେ ? ଲୋକଙ୍କୁ ଶ୍ରୀ ସାମଲ ବୁଝାଇବା ଦରକାର ଯେ, ନୂତନ ଭାବେ ଯେଉଁ ଆଇନ ଲାଗୁ କରାଗଲା, ତାହା ଦ୍ୱାରା ଓଡ଼ିଶାର ଲାଭ କେମିତି ହେବ ବୋଲି ବିଜେଡି ପ୍ରଶ୍ନ କରିଛି ।
ଆଜି ଏକ ପ୍ରେସ୍ ବିବୃତିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ପ୍ରତିକି୍ରୟାର ଜବାବ ଦେଇ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଏହି କଳା ଆଇନ ଯୋଗୁଁ ଆମ ରାଜ୍ୟ ଓଡ଼ିଶା ବକେୟା ପାଉଣା ହିସାବରେ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଏବଂ ପ୍ରତ୍ୟେକ ବର୍ଷ ୧୨ ହଜାର କୋଟି ଟଙ୍କାର କ୍ଷତି ସହିବ । ଶ୍ରୀ ସାମଲ ଜାଣିବା ଦରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେତେବେଳେ ଯାହା କରନ୍ତି ବା କୁହନ୍ତି, ସର୍ବଦା ଓଡ଼ିଶା ସ୍ୱାର୍ଥକୁ ସର୍ବାଗ୍ରେ ରଖନ୍ତି । ଆଜି ଦିନରେ ଜିଏସ୍ଟି ଲାଗୁ ହେବା ଦ୍ୱାରା ଆମ ରାଜ୍ୟ କ୍ଷତି ସହୁଛି । ପୂର୍ବରୁ ଚାଲୁଥିବା ଭ୍ୟାଟ୍, ଜିଏସ୍ଟି ଠାରୁ ଓଡ଼ିଶାକୁ ଯଥେଷ୍ଟ ବେଶୀ ଫାଇଦା ଦେଉଥିଲା । ଯେଉଁଥିପାଇଁ ଏକତରଫା ଭାବେ ଜିଏସ୍ଟି ଲାଗୁ ହେବା ବେଳେ ନବୀନ ବାବୁ ଓଡ଼ିଶାର ପକ୍ଷ ରଖି ସ୍ପଷ୍ଟ କରିଥିଲେ ଯେ, ଜିଏସ୍ଟି ଲାଗୁ ହେବା ଦ୍ୱାରା ଓଡ଼ିଶାର କ୍ଷତି ହେବ । ୧୨ ହଜାର କୋଟିର ହିସାବ ଦେବା ପାଇଁ ବିଜେଡି ପ୍ରସ୍ତୁତ । ଏହି କଳା ଆଇନ ଦ୍ୱାରା ଓଡ଼ିଶାର କେମିତି ଲାଭ ହେବ, ଯଦି ସତ୍ସାହାସ ଅଛି ମନମୋହନ ସାମଲ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖନ୍ତୁ ।

Leave A Reply

Your email address will not be published.