ପ୍ରେମ କରି ବିବାହ କଲା, ୯ ବର୍ଷ ପ୍ରେମ ,ପରେ ବି ଭରସା, ହେଲାନି
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ମଣିଷ ର କ୍ରୋଧ ଯେ ଏତେ ନିଷ୍ଠୁର ହୋଇପାରେ, ତା’ର ଜ୍ୱଳନ୍ତ ଉଦାହରଣ କାଶିପାଳ ଛକ ଘଟଣା। ଯୌତୁକ ଲୋଭୀ ଶାଶୁଘର ଆଗରେ ହାରିଗଲା ୯ ବର୍ଷର ପ୍ରେମ। ବେକରେ ଲୁଗା ଗୁଡ଼ାଇ ଜୀବନ ରୁ ମାରି ଦେଇଛି ସ୍ଵାମୀ ଲିଜାରାଣୀ ପାତ୍ରଙ୍କୁ – ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବଡ଼ ଭଉଣୀ।
ଅଭିଯୋଗ ଅନୁସାରେ, ଲିଜା ଓ କ୍ଷିତୀଶ ପାତ୍ର ପ୍ରେମ କରି ଘରୁ ପଳାଇ ବିବାହ କରିଥିଲେ। ଝିଅ ଟି କେତେ ଵିଶ୍ବାସ ଓ ଭରସା କରି ଥିଲା , ଦିର୍ଘ୯ ବର୍ଷ ସଂସାର ପରେ ଆରମ୍ଭ ହେଲା ଯୌତୁକ ନିର୍ଯାତନା। ଝିଅର ଘର ଭାଙ୍ଗିଯିବ ଭୟରେ ଗରିବ ବାପା-ମା’ ଧାର କରଜ ଓ ଲୋନ୍ କରି ୩ ଲକ୍ଷ ୫୦ ହଜାର ଟଙ୍କା, ସୁନା ହାର, ଆସବାବପତ୍ର ଦେଲେ। ହେଲେ ଯୌତୁକ ଲୋଭୀଙ୍କ ଲୋଭ ଶେଷ ହେଲାନି। ଅଭିଯୋଗ କରିଛନ୍ତି ଝିଅ ଘର ଲୋକ।
ସବୁଠୁ ବଡ଼ ପ୍ରଶ୍ନ – ଏହା ଆତ୍ମହତ୍ୟା ନା ସୁନିୟୋଜିତ ହତ୍ୟା? ବେକରେ ଲୁଗା ଲଗା ମୃତଦେହ ମିଳିବା ହତ୍ୟା ପରେ ଆତ୍ମହତ୍ୟାର ନାଟକ ବୋଲି ସନ୍ଦେହ ଘନୀଭୂତ ହେଉଛି।
ଖବର ପାଇ ବାରିପଦା SDPO, ସରସକଣା ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଭାବେ ଓ ଝାରପୋଖରିଆ ପୋଲିସର ସ୍ୱତନ୍ତ୍ର ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଥିଲା। ମୃତଦେହ ଜବତ କରି ବାରିପଦା PRM ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।
ଆଜି ଅଭିଯୁକ୍ତ ସ୍ୱାମୀ ନିଜ ଦୋଷ ସ୍ୱୀକାର କଲା, ଝାରପୋଖରିଆ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ ଡାକ୍ତରୀ ମାଇନା କରାଇ ଝାରପୋଖରିଆ ଥାନା କେସ ନମ୍ବର ୨୪୩/୨୬ ନମ୍ବରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋଟ ଚାଲାଣ କରାଯାଇଛି। ତେବେ ମା’ ବିନା
ଆଜି ଲିଜାଙ୍କ ୬ ବର୍ଷୀୟା କୁନି ଝିଅର ଜନ୍ମଦିନ। ଯେଉଁ ଦିନ ମା’ ହାତରୁ କେକ୍ ଖାଇବା କଥା, ସେହି ଦିନ ମା’ର ଜୁଇରେ ଲିଭିଗଲା ସବୁ ଖୁସି। ମାଁ , ମାଁ କରି ଖୋଜି ବୁଲୁଛି କୁନି ଝିଅ ଟି କଣ ବା ଜାଣିଛି ନିଷ୍ପାପ ଶିଶୁ ଟି ଏ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।