ବେଲଗୁଣ୍ଠା-୨୭/୮-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ, ନିଶା ନିବାରଣ କାର୍ଯ୍ୟକ୍ରମ, ଗୋ-ପୂଜନ ଓ ବୃକ୍ଷ ପୂଜନ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ନିଶା ଦ୍ରବ୍ୟ ନ ଛୁଇଁବା ପାଇଁ ସଙ୍କଳ୍ପ ନେବାକୁ ନିବେଦନ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ନିଶାସେବନ ଦ୍ଵାରା ମଣିଷର ଆଚାର-ବ୍ୟବହାର ଖରାପ ହେବା ସହିତ ସ୍ଵାସ୍ଥ୍ୟ ଏବଂ ସାମାଜିକ ସମ୍ମାନ ହାନି ଘଟିଥାଏ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଥମ ଉପସଭାପତି ବେଲଗୁଣ୍ଠା ଏନ ଏ ସି ର ପ୍ରାକ୍ତନ ନଗରପାଳ ପ୍ରଶାନ୍ତ କୁମାର ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ଵିନୀ ମହାନ୍ତି, କାଉନସିଲର ଏସ୍. ଭାସ୍କର ପାତ୍ର, ବରିଷ୍ଠ ଗଣମାଧ୍ୟମ
ପ୍ରତିନିଧି ସୂର୍ଯ୍ୟନାରାୟଣ ତ୍ରିପାଠୀ ଓ ଯୁବ ସ୍ବେଛାସେବୀ କାଶୀନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବରେ ବିଦ୍ୟାଳୟର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ,ସଭାପତି ବିଜୟ କୁମାର ସ୍ଵାଇଁ, ଉପସଭାପତି କାଳୀ ଚରଣ ପାଢୀ, ସମ୍ପାଦକ ପବିତ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ଏବଂ କୋଷାଧ୍ୟକ୍ଷ ଚିନଂ ରବୀନ୍ଦ୍ରନାଥ ସୁବୁଦ୍ଧି ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଗୁରୁମା ଶ୍ରୀମତୀ ଗୀତାଞ୍ଜଳି ଉଦଗାତା ମଞ୍ଚ ସଞ୍ଚାଳନ କରିଥିଲେ। ଏହି ଅବସରରେ ‘ ସାହିତ୍ୟ ଘର’ ତରଫରୁ ଅନୁଷ୍ଠିତ ନିଶା ନିବାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ଅତିଥିବୃନ୍ଦ ସମାଜକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଗୁରୁମାମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ସ୍ଵାଗତ କରିଥିଲେ। ବିଦ୍ୟାଳୟ ପରିସରରେ ଗୋ-ମାତାଙ୍କ ପୂଜାର୍ଚ୍ଚନା କରାଯିବା ସହ “ବୃକ୍ଷ ହିଁ ଜୀବନ” ସନ୍ଦେଶ ଦେଇ ବୃକ୍ଷ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ସମସ୍ତ ଶିଶୁ ଆନନ୍ଦର ସହ ପରସ୍ପରକୁ ରାକ୍ଷୀ ବାନ୍ଧି ଅଭିନନ୍ଦନ ଜଣାଇଥିଲେ। ଗୁରୁଜୀ କୈଳାସ କୁମାର ମହାନ୍ତି, ପ୍ରଫୁଲ୍ଲ ଗୁରୁଜୀ, ପ୍ରଶାନ୍ତ ଗୁରୁଜୀ ଓ କେଦାର ଗୁରୁଜୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମକୁ ସଚାରୁ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.