ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ହଜିଯାଇଥିବା ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।ଯେଉଁମାନଙ୍କର ମୋବାଇଲ ଚୋରିଯାଇଥିଲା କିମ୍ବା ହଜିଯାଇଥିଲା ସେମାନେ ଥାନାରେ ଅଭିଯୋଗ କରିଥିଲେ। ଗଜପତି ପୋଲିସ ପକ୍ଷରୁ ଏଦିଗରେ ଅନୁସନ୍ଧାନ କରି ମୋବାଇଲ ଜବତ କରାଯାଇଥିଲା।
ସେମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ବ୍ୟକ୍ତିଗତ ଭାବେ ମୋବାଇଲ ଉପଭୋକ୍ତା ମାନଙ୍କୁ ସେମାନଙ୍କର ମୋବାଇଲ ଫେରସ୍ତ ମେଳାରେ ଫେରସ୍ତ କରିଛନ୍ତି।ଏଥିପାଇଁ ମୋବାଇଲ ଉପଭୋକ୍ତା ମାନେ ଜିଲ୍ଲା ପୋଲିସର ଏହି ବିରଳ କୃତିତ୍ୱ ତଥା ସଫଳତାକୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post