ଆସନ୍ତା କାଲି ମଣ୍ଡୋସିଲ ରେ ହେବ ଅନ୍ତେଷ୍ଟିକ୍ରିୟା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:– ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତିନିଥର ଓଡ଼ିଶା ବିଧାନ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଜନସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗକୁ ନେଇ ସକ୍ରିୟ ଭୂମିକା ନେଇଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳର ରାଜନୈତିକ, ସାମାଜିକ ଓ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀର ଆସନ୍ତାକାଲି ସକାଳେ ସମ୍ବଲପୁର, ବରଗଡ଼, ସୋହେଲା ହୋଇ ପଦ୍ମପୁର କଂଗ୍ରେସ ଭବନ ଠାରେ ରେ ଦିନ ୧୦ଟାରେ ଶେଷ ଦର୍ଶନ ପାଈଁ ରଖାଯିବ। ପରେ ପାଇକମାଲ ଦେଇ ମଣ୍ଡୋସିଲ୍ ରେ ଦିନ ୧ଘଣ୍ଟା ସମୟରେ ଆନ୍ତେଷ୍ଟିକ୍ରିୟା ହେବା ନେଇ ସୁଚନା ମିଳିଛି।ତାଙ୍କ ବିୟୋଗରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ସମେତ ବିଭିନ୍ନ ମହଲରୁ ଶୋକପ୍ରକାଶ କରାଯାଇଛି ।