କେନ୍ଦୁଝର,ତା୨୬/୮- ଘଟଗାଁ ବ୍ଲକ ସ୍ଵାମପାଟଣା ରେଞ୍ଜ ତୋରାଣିପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି ଦିବା ୨ ଘଟିକା ସମୟରେ ମାଧବ ଗାଗରାଇ(୩୦) ନାମକ ଜଣେ ଯୁବକ ନିକଟବର୍ତ୍ତୀ ଜଙ୍ଗଲ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ହଠାତ୍ ଏକ ଗୋଠଛଡା ଦନ୍ତାହାତୀ ଅତର୍କିତ ଭାବେ ଆସି ତାଙ୍କୁ ଆକ୍ରମଣ କରିଥିଲା। ଦନ୍ତାହାତୀଟି ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ମାଧବର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ମୃତକର ବଡ଼ଭାଇ ମଙ୍ଗଳ ମୁଣ୍ଡା ଲିଖିତ ଆକାରରେ ଢେଙ୍କିକୋଟ ଫାଣ୍ଡିରେ ଜଣାଇଥିଲେ। ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ସ୍ଵାମପାଟଣା ଠାରେ ଶବ ବ୍ୟବଚ୍ଛେଦ କରାଇଛନ୍ତି। ଖବରଟି ଉକ୍ତ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହିତ ହାତୀ ପାଇଁ କୋକୁଆଭୟ ସୃଷ୍ଟି ହୋଇଛି।ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post