ବ୍ରହ୍ମପୁର: MMDR ଆଇନ ଓଡ଼ିଶାର ସର୍ବନାଶ କରିବ।ରାଜ୍ୟର ଜମି ଓ ମାଟିତଳେ ଥିବା ଖଣିଜ ସଂପଦ ଉପରେ ରାଜ୍ୟର ଅଧିକାର ରହିବ ନାହିଁ। ସୁପ୍ରିମକୋର୍ଟ ସିଦ୍ଧାନ୍ତ ଯୋଗୁଁ ରାଜ୍ୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ପାଇଥାନ୍ତା ତାହା ମିଳିବ ନାହିଁ।ସେହିଭଳି ପ୍ରତିବର୍ଷ ପ୍ରାୟ 12 ରୁ 15 ହଜାର କୋଟି ଟଙ୍କା ଟିକସ ବାବଦରେ ପାଇଥାନ୍ତା, ତାହାମଧ୍ୟ ହରାଇବା।ତେଣୁ ଓଡ଼ିଶା ଭଳି ଗରୀବ ରାଜ୍ୟ ସାଙ୍ଘାତିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ।
ସେହିଭଳି ସମ୍ବିଧାନର 7 ଅନୁଛେଦ ଅନୁଯାୟୀ ରାଜ୍ୟଗୁଡ଼ିକ ଜମି ଉପରେ ରହିଥିବା ଅଧିକାରକୁ ହରାଇବେ। ଖଣିଜ ସଂପଦଥିବା ଆଦିବାସୀ ଅଂଚଳରେ ସେମାନେ ଜମି, ଜଙ୍ଗଲ ଓ ଜୀବିକା ଉପରୁ ମଧ୍ୟ ଅଧିକାର ହରାଇବେ।ରାଜ୍ୟ ଗୁଡିକ ଜମି, ପାଣି, ପରିବହନ, ବିଦ୍ୟୁତ ଖର୍ଚ୍ଚ କରିବେ।ସମ୍ବଳ ପରିବର୍ତ୍ତେ ରାଜ୍ୟ କେବଳ ପ୍ରଦ୍ୟୁଷଣର ଶିକାର ହେବ।
ଏହି ରାଜ୍ୟର ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ବିରୋଧରେ ରାଜ୍ୟର mp ଓ ରାଜ୍ୟ ସରକାର ବିରୋଧ କରିବା ପରିବର୍ତ୍ତେ ଏହା ସପକ୍ଷରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି।ବଡ଼ବଡ଼ କମ୍ପାନୀ ଗୁଡିକୁ ଲାଭ ଯୋଗାଇ ଦେବା ପାଇଁ ନଗ୍ନଭାବେ ରାଜ୍ୟର ସ୍ୱାର୍ଥ ବିରୋଧରେ ଠିଆ ହେଉଛନ୍ତି।
ରାଜ୍ୟର INDIA ମେଣ୍ଟର ଅଂଶୀଦାର ଦଳ ଗୁଡିକ ଏହି କଳା ଆଇନ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହି ରାଜ୍ୟର ସର୍ବନଶକାରି କଳା ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ମିଳିତଭାବେ ଲଢେ଼ଇ ଜୋରଦାର କରିବା ପାଇଁ ଯୋଜନା ଚୂଡାନ୍ତ କରିଛନ୍ତି।
ଏହାର ଅଂଶ ବିଶେଷ ଭାବେ ଆଜି ପୁରୁଣା ବସ ଷ୍ଟାଣ୍ଡଠାରେ କଂଗ୍ରେସ, ସିପିଏମ, ସିପିଆଇ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଥିଲା।କଂଗ୍ରେସ ଜିଲ୍ଲା ସଭାପତି ରଶ୍ମି ପଟ୍ଟନାୟକ, ସିପିଆଇ ନେତା ପ୍ରକାଶ ପାତ୍ର, ସିପିଏମ ନେତା ଯୁଧିଷ୍ଠିର ବେହେରା, ଫରୱାର୍ଡ ବ୍ଲକର ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସଭାକୁ ପରିଚାଳନା କରିଥିଲେ।
ଏଥିରେ ସିପିଏମର ବରିଷ୍ଠ ନେତା ଅଳି କିଶୋର ପଟନାୟକ, ସିପିଆ ର ନାରାୟଣ ରେଡି, କଂଗ୍ରେସର ତ୍ରିନାଥ ବେହେରା, ରାଘବ ପରିଡା, ଫରୱାର୍ଡ ବ୍ଲକର ବିଭୁ ପ୍ରସାଦ ପାଢ଼ୀ ,ନୀଳକଣ୍ଠ ଦାସ, ପ୍ରଦୀପ ସେଠି, କୈଳାସ ଷଡଙ୍ଗୀ, ବିଦ୍ୟାଧର ଜେନା, ଶିବପ୍ରସାଦ ମହାପାତ୍ର, ରାମଚନ୍ଦ୍ର ନାୟକ,ଗୋକୁଳ ତ୍ରିପାଠୀ,କାମଦେବ ନାହାକ ଓ ପ୍ରଫୁଲ୍ଲ ଜେନା ସମେତ ଜିଲ୍ଲା ବହୁ ନେତୃସ୍ଥାନୀୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ
Sign in
Sign in
Recover your password.
A password will be e-mailed to you.