ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍ ହୋଇଥିଲେ। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢୀ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ରାୟଗଡ ବ୍ଲକର ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାଏକ ଏବଂ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଶୁଭେଚ୍ଛା ଜଣାଇଛନ୍ତି।
ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷକ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ନାମଲେଖାଇବେ। ଜଣେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବାକୁ ନିଜର ସ୍ୱପ୍ନ ରଖିଛନ୍ତି।ଏଥିପାଇଁ ସେ ନିଜର ପିତାମାତା ଓ ରାୟଗଡ ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷା ଓ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କ ଆଶୀର୍ବାଦ ରହିଥିବା ନିଜର ମନ୍ତବ୍ୟରେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post