ନୀଳଗିରି, ୨୪/୮: ନୀଳଗିରୀ ଅବକାରୀ ବିଭାଗ ନୀଳଗିରି ଉପଖଣ୍ଡର ଦକ୍ଷିଣ ନରସିଂହପୁର ଗ୍ରାମରେ ଚଢାଉ କରି ଜଣେ ମହିଳାଙ୍କ ନିକଟରୁ ୧୮୦ଗ୍ରାମ୍ ବ୍ରାଉନ ସୁଗାରର ଜବତ କରିବା ସହ ମହିଳାକୁ ଗିରଫ କରିଛନ୍ତି। ଗିରଫ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ନରେନ୍ଦ୍ର ମଲ୍ଲିକ ର ସ୍ତ୍ରୀ ମିନତି ମଲ୍ଲିକ୍ (୪୦) । ଏହି ଚଢାଉରେ ନୀଳଗିରି ଅବକାରୀ ବିଭାଗର ଓ.ଆଇ.ସି ଗଙ୍ଗାମଣି ହେମ୍ବ୍ରମ୍, ଏ.ଏସ.ଆଇ, ସୁଶାନ୍ତ ରାଉତ, ସନ୍ତୋଷ ବେହେରା, ତପନ୍ କୁମାର ମଲ୍ଲିକ ସାମିଲ ଥିଲେ। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଅଠର ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।
Sign in
Sign in
Recover your password.
A password will be e-mailed to you.