୧୧୪ଟି କାର୍ଯ୍ୟାଳୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ ଜରିଆରେ ସବୁଜ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା ଟିପିଡବ୍ଲୁଓଡିଏଲ୍

7

ରୁଫ୍‌ଟପ୍ ସୋଲାର ବ୍ୟବସ୍ଥାରୁ ୮.୯୨ ଲକ୍ଷରୁ ଅଧିକ ୟୁନିଟ୍ ସ୍ୱଚ୍ଛ ବିଜୁଳି ଉତ୍ପାଦନ, ପ୍ରାୟ ୭୩୨ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ରୋକାଯାଇ ପାରିଛି

ସମ୍ବଲପୁର/ବୁର୍ଲା, ୨୪ ଅଗଷ୍ଟ ୨୦୨୬ : ନିଜର ଅକ୍ଷୟ ଶକ୍ତି ପଦଚିହ୍ନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡ଼ିଶାର ୧୧୪ଟି କାର୍ଯ୍ୟାଳୟ ଭବନରେ ରୁଫ୍‌ଟପ୍ ସୋଲାର ପିଭି ପ୍ଲାଣ୍ଟ ସ୍ଥାପନ କରି ନିଜର ସବୁଜ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିଛି |

୧୭ ଅଗଷ୍ଟ ୨୦୨୬ ସୁଦ୍ଧା, ଏହି ସମସ୍ତ ରୁଫ୍‌ଟପ୍ ସୋଲାର ସଂଯୋଗରୁ ସାମୂହିକ ଭାବେ ୮,୯୨,୫୩୭ ୟୁନିଟ୍ (କିଲୋୱାଟ୍ ଆୱାର) ସ୍ୱଚ୍ଛ ବିଜୁଳି ଉତ୍ପାଦନ ହୋଇଛି, ଯାହା ଉଲ୍ଲେଖନୀୟ ଶକ୍ତି ସଞ୍ଚୟ କରିବାରେ ସହାୟକ ହୋଇଛି । ଏହି ପଦକ୍ଷେପ ପ୍ରାୟ ୭୩୨ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବାରେ ସହାୟକ ହୋଇଛି, ଯାହା ବିକେନ୍ଦ୍ରୀକୃତ ସୌରଶକ୍ତି ଦ୍ୱାରା ପରିବେଶକୁ ମିଳୁଥିବା ଫାଇଦାକୁ ଆହୁରି ସୁଦୃଢ଼ କରୁଛି । ଏହାଦ୍ୱାରା ଟିପିଡବ୍ଲୁଓଡିଏଲ୍ ନିଜର ପରିଚାଳନାଗତ ବିଦ୍ୟୁତ୍ ଆବଶ୍ୟକତାର ଏକ ଅଂଶ ଅକ୍ଷୟ ଶକ୍ତି ମାଧ୍ୟମରେ ପୂରଣ କରିବା ସହିତ ପାରମ୍ପରିକ ବିଦ୍ୟୁତ୍ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିପାରିଛି ।

ନିଜ ପରିଚାଳନାରେ ଦୀର୍ଘସ୍ଥାୟିତ୍ଵ କୁ ସାମିଲ କରି ଓଡ଼ିଶାର ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଟିପିଡବ୍ଲୁଓଡିଏଲ୍‌ର ପ୍ରତିବଦ୍ଧତା ଏହି ପଦକ୍ଷେପରୁ ପ୍ରତିଫଳିତ ହେଉଛି । ନିଜ କାର୍ଯ୍ୟାଳୟ ଭିତ୍ତିଭୂମିରେ ଅକ୍ଷୟ ଶକ୍ତି ଆପଣାଇବା ଦ୍ୱାରା କମ୍ପାନୀ ରୁଫ୍‌ଟପ୍ ସୋଲାରକୁ ଏକ ଦୀର୍ଘସ୍ଥାୟୀ ଏବଂ ସୁଲଭ ଶକ୍ତି ସମାଧାନ ଭାବେ ପ୍ରଦର୍ଶିତ କରୁଛି ।

ଏହି ପଦକ୍ଷେପ ସମ୍ପର୍କରେ ମତ ଦେଇ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, “ନିଜ କାର୍ଯ୍ୟାଳୟଗୁଡ଼ିକୁ ସୌରଶକ୍ତି ଚାଳିତ କରି ଓଡ଼ିଶାର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଯାତ୍ରାରେ ଏକ ଆଦର୍ଶ ସୃଷ୍ଟି କରିବା ପାଇଁ ଟିପିଡବ୍ଲୁଓଡିଏଲ୍‌ର ପ୍ରତିବଦ୍ଧତା ଏହି ପଦକ୍ଷେପରୁ ସ୍ପଷ୍ଟ ହେଉଛି । ନିଜ ପରିଚାଳନା କ୍ଷେତ୍ରରେ ଅକ୍ଷୟ ଶକ୍ତିକୁ ସାମିଲ କରି ଆମେ କେବଳ କାର୍ବନ ନିର୍ଗମନ କମାଉନାହୁଁ, ବରଂ ଏକ ଦୀର୍ଘସ୍ଥାୟୀ ଏବଂ କମ୍ ଖର୍ଚ୍ଚର ଶକ୍ତି ସମାଧାନ ଭାବରେ ରୁଫ୍‌ଟପ୍ ସୋଲାରର ଅପାର ସମ୍ଭାବନାକୁ ମଧ୍ୟ ପ୍ରଦର୍ଶିତ କରୁଛୁ । ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଅକ୍ଷୟ ଶକ୍ତି ଗ୍ରହଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହିତ ପଶ୍ଚିମ ଓଡ଼ିଶାର ଉପଭୋକ୍ତାମାନଙ୍କୁ ଭାରତର ବୃଦ୍ଧି ପାଉଥିବା ସ୍ୱଚ୍ଛ ଶକ୍ତି ଅଭିଯାନରେ ଭାଗିଦାର କରିବା ଏବଂ ସେମାନଙ୍କ ନିକଟରେ ଏହାର ଲାଭ ପହଞ୍ଚାଇବା।”

ଏହି ଅଗ୍ରଗତିକୁ ଆଧାର କରି, ଟିପିଡବ୍ଲୁଓଡିଏଲ୍ ଆଗାମୀ ଆର୍ଥିକ ବର୍ଷରେ ନିଜ କାର୍ଯ୍ୟାଳୟ ଗୁଡିକରେ ଅତିରିକ୍ତ ୧୦୦ କିଲୋୱାଟ୍ ରୁଫ୍‌ଟପ୍ ସୋଲାର କ୍ଷମତା ସ୍ଥାପନ କରି ନିଜର ଅକ୍ଷୟ ଶକ୍ତି ପଦଚିହ୍ନକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା କରିଛି । ଏହି ସମ୍ପ୍ରସାରଣରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ର ଯୋଜନା ଅଧୀନରେ ଉପଲବ୍ଧ ପ୍ରୋତ୍ସାହନ ରାଶି ଏବଂ ସହାୟତାର ଉପଯୋଗ କରାଯିବ ।

ନିଜ ପରିଚାଳନା ବ୍ୟତୀତ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ଘରୋଇ ଉପଭୋକ୍ତାମାନଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ଆପଣାଇବା ପାଇଁ ସୁବିଧା ସୃଷ୍ଟି କରୁଛି । ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ, ଯୋଗ୍ୟ ଘରୋଇ ଉପଭୋକ୍ତାମାନେ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ପାଇଁ ସରକାରୀ ଆର୍ଥିକ ସହାୟତା ପାଇପାରିବେ, ଯାହା ପ୍ରାରମ୍ଭିକ ଖର୍ଚ୍ଚ କମାଇବାରେ ଏବଂ ବିଜୁଳି ବିଲ୍‌ରେ ଦୀର୍ଘକାଳୀନ ସଞ୍ଚୟ ପ୍ରଦାନ କରିବାରେ ସହାୟକ ହେବ ।

ଘରୋଇ ଉପଭୋକ୍ତାଙ୍କ ପାଇଁ ରୁଫ୍‌ଟପ୍ ସୋଲାରକୁ ଆହୁରି ସହଜଲଭ୍ୟ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ଏହାର ‘୧ କିଲୋୱାଟ୍ ୟୁଏଲ୍‌ଏ ମଡେଲ୍’ ପ୍ରଚଳନ କରିଛି, ଯେଉଁଥିରେ ଯୋଗ୍ୟ ପରିବାରଗୁଡ଼ିକ ମାତ୍ର ୧,୮୭୫ ଟଙ୍କା ପ୍ରଦାନ କରି ଏକ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିପାରିବେ । ଟିପିଡବ୍ଲୁଓଡିଏଲ୍ ସମ୍ପୂର୍ଣ୍ଣ ସ୍ଥାପନ ପ୍ରକ୍ରିୟାକୁ ସୁଗମ କରୁଛି ଏବଂ ଉପକରଣ ଉପରେ ୫ ବର୍ଷର ୱାରେଣ୍ଟି ସହିତ ସୋଲାର ପ୍ୟାନେଲ୍ ଉପରେ ୨୫ ବର୍ଷର କାର୍ଯ୍ୟକ୍ଷମତା (ପରଫରମାନ୍ସ) ୱାରେଣ୍ଟି ପ୍ରଦାନ କରୁଛି, ଯାହା ଉପଭୋକ୍ତାମାନଙ୍କୁ ଦୀର୍ଘମିଆଦୀ ବିଶ୍ୱସନୀୟତା ଏବଂ ସମସ୍ୟାମୁକ୍ତ ପରିଚାଳନା ଯୋଗାଇଥାଏ ।

Leave A Reply

Your email address will not be published.