ଭୁବନେଶ୍ୱର ଫେରି ବାଚସ୍ପତିଙ୍କୁ ଭେଟିଲେ ଭାରତର ପ୍ରଥମ ମହିଳା ମାଉଣ୍ଟ ୟୁନମ ଦଳ

3


ଭୁବନେଶ୍ୱର, ୨୨.୦୮.୨୦୨୬:
ଓଡ଼ିଶା ଫେରିଛନ୍ତି ଭାରତର ପ୍ରଥମ ମହିଳା ପର୍ବତାରୋହୀ ଦଳ । ହିମାଚଳ ପ୍ରଦେଶର ମାଉଣ୍ଟ ୟୁନମ ଶିଖରକୁ ସଫଳତା ସହ ଆରୋହଣ କରି ଗତକାଲି ରାତିରେ ଫେରିଥିବା ୧୧ଜଣିଆ ମହିଳା ଦଳ ଆଜି ସକାଳେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଭେଟିଛନ୍ତି । ଅଗଷ୍ଟ ୭ ତାରିଖରେ ମାଉଣ୍ଟ ୟୁନମ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳ ବାଚସ୍ପତିଙ୍କ ଠାରୁ ଗ୍ରହଣ କରିଥିବା ତ୍ରିରଙ୍ଗା ସଂଯୁକ୍ତ ଆଇସ୍ ଆକ୍ସକୁ ସସମ୍ମାନର ସହ ହସ୍ତାନ୍ତର କରିଛନ୍ତି । ଅଭିଯାନ ସମୟରେ ଦଳ ପ୍ରତିକୂଳ ପାଗ, ଅମ୍ଲଜାନର ଅଭାବ, ଶିଖରର ତୀକ୍ଷ୍ମତା ଆଦି ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିବେଶରେ ୨୦,୧୦୦ ଫୁଟ୍ ଆରୋହଣ କରି ସ୍ୱାଧୀନତା ଦିବସରେ ମାଉଣ୍ଟ ୟୁନମ ଶିଖରରେ ୮୦ ମିଟର ଜାତୀୟ ପତାକା ଉତ୍ତୋଳନ କରିଥିଲା । ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ଦଳନେତ୍ରୀ ଅନିତା ସ୍ୱାଇଁ, ସୋନାଲି ଭୋଇ, ପ୍ରୀତି ପୋଢ, ଲିଲି ସାହୁ ଏବଂ ଶ୍ରୀୟାଶୃତି ପାତ୍ରୋ ଶିଖରକୁ ପହଞ୍ଚି ପାରିଥିଲା ବେଳେ ଅନ୍ୟ ସଦସ୍ୟାମାନେ ନିକଟତର ହୋଇପାରିଥିଲେ ମଧ୍ୟ ଅସୁସ୍ଥତା ପାଇଁ ଫେରିବାକୁ ବାଧ୍ୟ ହୋଇଥିଲେ । ଆସୋସିଏସନ ଫର୍ ଆଡ୍ଭେଞ୍ଚର ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍ (ଇଇଝଇ) ଏବଂ ଓଡ଼ିଶାର ଅଗ୍ରଣୀ ବିଜ୍ଞାପନ, ଡିଜିଟାଲ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ସଙ୍କେତ କମୁ୍ୟନିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ସହଭାଗିତାରେ ଆୟୋଜିତ ଏହି ଅଭିଯାନକୁ ସଫଳ କରିବାରେ ପ୍ରଶିକ୍ଷକ ତାରାକାନ୍ତ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ସୋମନାଥ ରେଡ୍ଡୀ ନିରନ୍ତର ସହାୟତା କରିଥିଲେ । ୮୦ତମ ସ୍ୱାଧୀନତା ଦିବସରେ ୟୁନମ ଶିଖରରେ ୮୦ ମିଟର ଜାତୀୟ ପତାକା ଉତ୍ତୋଳନ କରି ମହିଳାମାନେ ଏହି ଐତିହାସିକ ସଫଳତା ଓଡ଼ିଶା ପାଇଁ ଆଣିଛି ଗର୍ବ ଓ ଗୌରବ ।


ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢୀ ଦଳର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସାହସ ଓ ଦୃଢସଙ୍କଳ୍ପର ପ୍ରଂଶସା କରିଛନ୍ତି । ଏହି ଅଭିଯାନର ସଫଳତା ଆଗାମୀ ଦିନରେ ଓଡ଼ିଶାର ମହିଳାମାନଙ୍କୁ ଏହିଭଳି ଦୁଃସାହସିକ କ୍ରୀଡା ପ୍ରତି ପ୍ରେରିତ କରିବ ବୋଲି ସେ ଆଶାବ୍ୟକ୍ତ କରିିଛନ୍ତି ।
ପରେ ପରେ ସଙ୍କେତ କମୁ୍ୟନିକେସନ୍ସ ପକ୍ଷରୁ ଏହାର ଭୁବନେଶ୍ୱର କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ୧୧ ଜଣ ମହିଳା ୟୁନମ ପର୍ବାତାରୋହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଦସ୍ୟମାନେ ମାଉଣ୍ଟ ଶିଖର ଯାତ୍ରାର ଭାବବିହ୍ୱଳ ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ‘ଆଶା’ ଫାଉଣ୍ଡେସନର ସମ୍ପାଦକ ତଥା ଏଭରେଷ୍ଟ ଆରୋହୀ ଗଣେଷ ଚନ୍ଦ୍ର ଜେନା, ଉପସଭାପତି ହରେଶ କୁମାର ମିଶ୍ର ଏବଂ ସଙ୍କେତ କମୁ୍ୟନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.