ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

45


ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଓଡ଼ଗାଁ ଏନ୍‌ଏସି ପକ୍ଷରୁ ଆସନ୍ତା ୨୮ ତାରିଖ ଶୁକ୍ରବାର ସ୍ଥାନୀୟ ବ୍ଲକ ରୋଡସ୍ଥିତ କଲ୍ୟାଣୀ ମଣ୍ଡପଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଏନ୍‌ଏସି ଅଧୀନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍‌ ଓ ଡିବେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ସଫେଇମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଢୋଲ, ସଙ୍ଗୀତ, ଝୋଟି ଓ ସଙ୍ଗୀତଚୌକି ପ୍ରତିଯୋଗିତା ମଧ୍ୟ ହେବ। ଏ ସମ୍ପର୍କରେ ସମସ୍ତ ବିଦ୍ୟାଳୟକୁ ସୂଚନା ଦିଆଯାଇଛି। ତେବେ ବିଦ୍ୟାଳୟ ମାଧ୍ୟମରେ ସୂଚନା ପାଇନଥିବା ଛାତ୍ରଛାତ୍ରୀ ମଧ୍ୟ ୨୮ ତାରିଖ ସକାଳ ସାଢ଼େ ୧୦ଟାରେ କଲ୍ୟାଣୀ ମଣ୍ଡପଠାରେ ପହଞ୍ଚି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଓଡ଼ଗାଁ ଏନ୍‌ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନର ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Leave A Reply

Your email address will not be published.