ଅବକାରୀ ବିଭାଗର ସଫଳତା: ୨ ବାଇକ୍ ସହ ବ୍ରାଉନସୁଗାର ଓ ବିଦେଶୀମଦ ଜବତ।

5


ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଭାରିଗଡ ଗ୍ରାମର ବାଲିଯାତ୍ରା ପଡିଆ ନିକଟରେ ଥିବା ଗଣେଷ ମନ୍ଦିର ସମ୍ମୁଖରୁ ଜଣେ ନିଶା ମାଫିଆଙ୍କୁ କାବୁ କରିଛି ବାଲିକୁଦା ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୮୦ ଗ୍ରାମର ହେରୋଇନ୍ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ହିରୋ ଗ୍ଲାମର ମୋଟର ସାଇକେଲ( ନଂ- ଓଡି-୨୧-ଇ-୬୨୨୮) ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ବାଲିକୁଦା ଥାନା ଅଞ୍ଜିରା ଗ୍ରାମର ମୁନା ଶା ଙ୍କ ପୁଅ ମୁସ୍ତାଫା ଶା ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁବେଳେ ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ସୂତ୍ରକୁ ଆଧାର କରି ତାଙ୍କୁ ଧରିବା ପାଇଁ ବାଲିକୁଦା ଅବକାରୀ ଥାନାର ସବ- ଇନ୍ସପେକ୍ଟର ନରେଶ କୁମାର ପଣ୍ଡାଙ୍କ ନେତୃତ୍ବରେ ବାଲିକୁଦା ଅବକାରୀ ଥାନାର ଷ୍ଟାପମାନଙ୍କୁ ନେଇ ଏକ ଟିମ ଗଠନ କରି ଭାରିଗଡ ଗ୍ରାମ ଠାରେ ଛଦ୍ମ ବେଶରେ ଜଗି ରହିଥିଲେ।
ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ଅଭିଯୁକ୍ତ ଜଣକ ହେରୋଇନ୍ ଆଣି ଶୋଭା ବଜାରରେ ପହଞ୍ଚିବାକ୍ଷଣି ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୮୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା ଯାହାର ଆନୁମାନିକ କଳାବଜାରୀ ମୂଲ୍ୟ ୮ଲକ୍ଷ ଟଙ୍କା ହେବାର ଶ୍ରୀ ପଣ୍ଡା ଗଣମାଧ୍ୟମ କୁ କହିଛନ୍ତି।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଏହି ଅଭିଯାନରେ କନେଷ୍ଟବଳ ନବଘନ ମାରାଣ୍ଡି, ପ୍ରତିମା ଜେନା, କଲ୍ୟାଣୀ ସେଠୀ ପ୍ରମୁଖ ସାମିଲ ଥିଲେ।
ସେହିପରି ଅନ୍ୟ ଏକ ଘଟଣାକ୍ରମେ ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର କ୍ଷିତିଶ ଦାସ ଷ୍ଟାପ ମାନଙ୍କ ସହ ଆଜି ସକାଳେ ବାଲିକୁଦା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ବାଲିକୁଦା ଥାନା ସିଂହାରପୁର ଗ୍ରାମର ସୁଜିତ କୁମାର ବେହେରା (୩୬) ଏକ ହିରୋ ହୋଣ୍ଡା ମୋଟର ସାଇକେଲ (ଓଆର-୧୫-ଆର-୭୩୧୮) ରେ ବିଦେଶୀମଦ ନେଇ ବିକ୍ରି କରିବା ଉଦ୍ଦେଶ୍ଯରେ ଯାଉଥିବାବେଳେ ଗୋପାଳପୁର କେନାଲ ରାସ୍ତାରେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ପରେ ଆସାମୀଙ୍କ ନିକଟରୁ ୪ଲିଟର ୬୮୦ ମିଲି ର ବିଦେଶୀମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ଯ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ୍ ସହ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଅଣ୍ଟାଭିଢିଛି ଅବକାରୀ ବିଭାଗ।

Leave A Reply

Your email address will not be published.