ବସ୍ତା୧୭/୮: ଜଳକାନଦୀରେ ବନ୍ଯା ପାଣିରେ ବସ୍ତା ଅଞ୍ଚଳର ୧୫ରୁ ଉର୍ଦ୍ଧ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଧାନଚାଷ ପାଇଁ ରୁଆ ଯାଇଥିବା ବିହୋନ ଓ ତଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।ପୁଣି ଆଜି ଜଳକା ନଦୀ ରେ ପ୍ରବଳ ବନ୍ଯାପାଣି ପ୍ରବେଶ କରୁଛି ।ମୟୁରଭଞ ଜିଲ୍ଲା ଚକ ସୂଳିଆପଦା ମୋରଡା ରାସଗୋବିନ୍ଦପୁର ଅଞ୍ଚଳରୁ ୩ଦିନ ଧରି ଲଗାତାର ବର୍ଷା ହେଉଥିବା ବେଳେ ମଥାନୀ ଠାରେ ଜଳକାନଦୀ ମଥାନୀ ଠାରେ ବିପଦ ସଂଙ୍କେତ ସକାଳେ ୬.୫୦ଥିବା ସ୍ଥଳେ ଅପରାହ୍ନରେ ୬.୬୬ରେ ପ୍ରବାହିତ ହେଉଛି।ପ୍ରତି ୫ମିନିଟକୁ ଜଳସ୍ତର ଖିପ୍ରଗତିରେ ବଢିବାରେ ଲାଗିଛି।ତେବେ ରାତି ୧୦ ଟା ବେଳକୁ ବସ୍ତାର ବିଭିନ୍ନ ସ୍ଥାନ ବାହ୍ଯ ଜଗତରୁ ବିଛିନ୍ନ ହୋଇ ପାରେ ବୋଲି ଅନୁମାନ କରାଯାଉଛି।ମଥାନୀ ବାୟପାସରୁ ବସ୍ତା ଗାନ୍ଧିଛକକୁ ସଂଯୋଗ ରାସ୍ତା ବାହାଦ୍ଦା ଚଟାଣ ରେ ପୁଣି ବନ୍ଯାପାଣି ପ୍ରବାହିତ ହେଉଛି ।ମଥାନୀ ପଞ୍ଚାୟତ ଦେଇ ପ୍ରବାହିତ ଜଳକାନଦୀର ଦୁଇପାର୍ଶ୍ବ ଭେଡି ବନ୍ଧ ଶିବଗତିଆ ପୁରୋସ୍ତମ ବେହେରା ଘର ଠାରୁ ଜଗବନ୍ଧୁ ଭୂୟାଁ ଘର ନିକଟ ଭେଡିବନ୍ଧ ୨ଶହମିଟରକୁ ବାଉଁଶ ବାଲିବସ୍ତା ଦେଇ ପାଣିକୁ ଆକଟ କରାଯାଇଥିବା ବେଳେ ବିଜୟ ସିଂହ ଘର ଠାରୁ ବଡବନ୍ଧ ସହଦେବ ସିଂହ ଘର ପାଖ ଭେଡିବନ୍ଧ ୫ଶହ ମିଟର ବାଲିବସ୍ତା ଦିଆଯାଇଛି ।ପୁଣି ବଡବନ୍ଧ ନିକଟରେ ବାଉଁଶ ବାଲିବସ୍ତା ପକାଇଥିଲେ ମଧ୍ଯ ପ୍ରବଳ ବନ୍ଯାପାଣି ସ୍ରୋତରେ ଅତଡାଖସୁଛି। ଯାହାଫଳରେ ନଦୀ କୁଳର ଗାଁ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି।ମଥାନୀ ଇରିଗେସନ ଜେଇ ସବୁ ସମୟରେ ବାଲିବସ୍ତା ଓ ବାଉଁଶ ଗଛିତ ରଖିଛନ୍ତି।ତେବେ ଜଳକାବନ୍ଯା ପାଣି ଛାଡିନଥିବା ବେଳେ ପୁଣି ବନ୍ଯାପାଣି ଆଶିବା ପଳରେ ଅଞ୍ଚଳବାସୀଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି ।